ଭୁବନେଶ୍ୱର:ଆଜି ହେଉଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ।ସାରା ରାଜ୍ୟରେ ତାଙ୍କର ଜୟନ୍ତୀ ଉତ୍ସବ ପାଳନ କରାଯାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସେ କହିଛନ୍ତି ଯେ, ବିଜୁ ବାବୁଙ୍କୁ ମୁଁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ତାଙ୍କ ଜୀବନ ଥିଲା ସଙ୍ଘର୍ଷ ପୂର୍ଣ୍ଣ। ସମ୍ମାନ ଓ ସ୍ୱାଭିମାନ ସହିତ ସେ କେବେ ସାଲିସ କରିନଥିଲେ। ସେବା ସହିତ ବିକାଶକୁ ପ୍ରାଥମିକତା ଦେଇ ଆସିଥିଲେ। ବିଜୁ ବାବୁ ଅନେକ ସ୍ୱପ୍ନ ଦେଖଛନ୍ତି । ଯାହା ଆଜି ବି ଅଧୁରା ରହିଛି। ଆମ ସରକାର ତାଙ୍କ ସ୍ୱପ୍ନକୁ ପୂରଣ କରିବା ସହିତ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସଂକଳ୍ପ ନେଇଛନ୍ତି ।
