ଭୁବନେଶ୍ୱର:ଓଡ଼ିଶାର ସମବାୟ କ୍ଷେତ୍ର ପାଇଁ କାଲି ଥିଲା ଏକ ଐତିହାସିକ ଦିନ। ମାନନୀୟ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଭୁବନେଶ୍ୱର ସ୍ଥିତ ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ‘ଓଡ଼ିଶା ସମବାୟ ନୀତି–୨୦୨୬’ କୁ ଉନ୍ମୋଚନ କରିଛନ୍ତି।ଏହା ରାଜ୍ୟର ପ୍ରଥମ ସମବାୟ ନୀତି ହେବା ସହ ସମବାୟ କ୍ଷେତ୍ରର ସମଗ୍ର ଉନ୍ନତି ପାଇଁ ଏହା ଏକ ନୂତନ ମାଇଲଷ୍ଟୋନ ଭାବେ ପରିଗଣିତ ହେଉଛି। ଏହି ନୀତି ମାଧ୍ୟମରେ ରାଜ୍ୟର ସମବାୟ ସଂସ୍ଥାଗୁଡ଼ିକୁ ସୁଦୃଢ଼, ସ୍ୱଚ୍ଛ ଓ ସକ୍ରିୟ କରିବା ସହ କୃଷକ, ସଦସ୍ୟ ଏବଂ ସାଧାରଣ ଲୋକଙ୍କ ଆର୍ଥିକ ସଶକ୍ତିକରଣକୁ ନୂତନ ଦିଗ ମିଳିବ ବୋଲି ଆଶା କରାଯାଉଛି।ସମବାୟ ଆନ୍ଦୋଳନକୁ ନୂତନ ଦିଗଦର୍ଶନ ପ୍ରଦାନ କରିବା ସହ ଏହି ନୀତି ରାଜ୍ୟର ଗ୍ରାମୀଣ ଅର୍ଥନୀତିକୁ ଆହୁରି ସଶକ୍ତ କରିବ ବୋଲି ସମବାୟ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।ଏହି ଅବସରରେ କେନ୍ଦ୍ର ଓ ରାଜ୍ୟର ଅନେକ ଗଣ୍ୟମାନ୍ୟ ବ୍ୟକ୍ତିବର୍ଗ, ସମବାୟ ବିଭାଗର ଅଧିକାରୀ ଓ ବିଭିନ୍ନ ସମବାୟ ସଂସ୍ଥାର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।
