ଭୁବନେଶ୍ୱର: ଚଳିତବର୍ଷ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷା ଅଧିକାର ଆଇନ ଅନୁଯାୟୀ ପାରଦର୍ଶୀ ପୋର୍ଟାଲ ରେ ବେସରକାରୀ ବିଦ୍ୟାଳୟ ଗୁଡ଼ିକୁ ପଞ୍ଜିକରଣ କରିବା ବ୍ୟବସ୍ଥା ରୁ ଅଣସ୍ଵୀକୃତି ପ୍ରାପ୍ତ ଅର୍ଥାତ୍ ସିଓଆର୍ ପାଇନଥିବା ବିଦ୍ୟାଳୟ ଗୁଡ଼ିକୁ ବାଦ୍ ଦିଆଯାଇଥିବା ନିଷ୍ପତିକୁ ନ୍ୟାସନାଲ ପ୍ୟାରେଣ୍ଟ୍ ଫେଡେରେସନ୍ ତରଫରୁ ସ୍ବାଗତ କରାଯିବା ସହ ଛାତ୍ରଛାତ୍ରୀଙ୍କ ସ୍ବାର୍ଥ କୁ ଦୃଷ୍ଟିରେ ରଖି ଫେଡେରେସନ ତରଫରୁ କରାଯାଇଥିବା ଦାବି ଅନୁଯାୟୀ ବିଭାଗ ପଦକ୍ଷେପ ନେଇଥିବାରୁ ଏ ସମ୍ବନ୍ଧରେ ବିଭାଗୀୟ ଶାସନ ସଚିବଙ୍କୁ ଧନ୍ୟବାଦ ପତ୍ର ଦିଆଯାଇଛି ବୋଲି ଫେଡେରେସନ ସଭାପତି ଶ୍ରୀ ଭୁମୋହନ ବେବର୍ତ୍ତା ପଟ୍ଟନାୟକ ଏକ ପ୍ରେସ୍ ବିବୃତ୍ତି ରେ ଜଣାଇଛନ୍ତି।ଏଠାରେ ଉଲ୍ଲେଖଯୋଗ୍ୟ ଶିକ୍ଷା ଅଧିକାର ଆଇନ୍ ଅନୁଯାୟୀ ବେସରକାରୀ ବିଦ୍ୟାଳୟ ରେ ଆର୍ଥିକ ଅନଗ୍ରସର ପିଲାଙ୍କ ନିମନ୍ତେ ନିଃଶୁଳ୍କ ଶିକ୍ଷାଦାନ ନିମନ୍ତେ ୨୫% ସ୍ଥାନ ସଂରକ୍ଷଣ ର ବ୍ୟବସ୍ଥା ଅଛି, କିନ୍ତୁ ଶିକ୍ଷା ଅଧିକାର ଆଇନ୍ ଧାରା-୧୮ ଅନୁଯାୟୀ ସରକାରୀ ସ୍ଵୀକୃତି ପାଇଥିବା ଅର୍ଥାତ୍ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ତରଫରୁ ସିଓଆର୍ ପାଇଥିବା ବିଦ୍ୟାଳୟ ଗୁଡ଼ିକ ହିଁ ପାରଦର୍ଶୀ ପୋର୍ଟାଲ ରେ ବିଦ୍ୟାଳୟ ନାମ ପଞ୍ଜୀକୃତ କରିପାରିବେ ଏବଂ ଛାତ୍ରଛାତ୍ରୀ ଏହି ବିଦ୍ୟାଳୟ ଗୁଡିକରେ ଛାତ୍ର ଛାତ୍ରୀ ନାମ ଲେଖାଇପାରିବେ,କିନ୍ତୁ ବିଗତ ବର୍ଷ ମାନଙ୍କରେ ଏହି ନୀୟମ କୁ ଅଣଦେଖା କରି ଅଣସ୍ଵୀକୃତି ପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକୁ ପଞ୍ଜିକରଣ ରେ ସାମିଲ୍ କରାଯାଇଥିଲା ଫଳରେ ଛାତ୍ରଛାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଏବଂ ଭଡ଼ାଘରେ ଚାଲୁଥିବା କିଛି ବିଦ୍ୟାଳୟ ମଧ୍ୟ ଅତ୍ୟଧିକ ଭଡ଼ା ନିମନ୍ତେ ବିଦ୍ୟାଳୟ ବନ୍ଦ କରିଦେବାରୁ ସେଠାରେ ପାଠ ପଢୁଥିବା ଛାତ୍ରଛାତ୍ରୀ ଶିକ୍ଷା ଦାନରୁ ବଞ୍ଚିତ ହୋଇଥିବାରୁ ଏ ସମ୍ବନ୍ଧରେ ଗଣଶିକ୍ଷା ବିଭାଗ ର ସଚିବ, ବିଭାଗୀୟ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ମହୋଦୟଙ୍କୁ ଅବଗତ କରାଯିବା ସହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ନିମନ୍ତେ ଦାବି ଉପସ୍ଥାପନ କରାଯାଇଥିଲା। ଚଳିତବର୍ଷ ଶିକ୍ଷା ବିଭାଗ ତରଫରୁ ଉପଯୁକ୍ତ ପଦକ୍ଷେପ ସ୍ଵରୂପ ଅଣସ୍ଵୀକୃତି ପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକୁ ପଞ୍ଜିକରଣ ରୁ ବାଦ୍ ଦିଆଯାଇଥିବାରୁ ବିଭାଗୀୟ ସଚିବଙ୍କ ମାଧ୍ୟମରେ ଗଣଶିକ୍ଷା ବିଭାଗର ମନ୍ତ୍ରୀ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟ ଙ୍କୁ ଧନ୍ୟବାଦ୍ ଅର୍ପଣ କରାଯାଇଛି।ଆଜିର ସମ୍ମିଳନୀରେ ଫେଡେରେସନ ଉପଦେଷ୍ଟା ଶ୍ରୀ ନାଗାର୍ଜୁନ ସେଠୀ, ସଂପାଦକ ଶ୍ରୀ ରମେଶ ଭାରତୀ ଉପସଭାପତି ସ୍ଵପ୍ନେନ୍ଦୁ ସାମନ୍ତରାୟ,ନିର୍ମଳ ରାଉତ୍, ସଞ୍ଜୟ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
