ନୂଆଦିଲ୍ଲୀ :ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପଶ୍ଚିମବଙ୍ଗ ଗସ୍ତ ସମୟରେ ପ୍ରୋଟୋକଲ୍ରେ ହେଇଥିଲା ତ୍ରୁଟି lକେନ୍ଦ୍ର ଗୃହ ସଚିବ ଏହି ମାମଲାରେ ପଶ୍ଚିମବଙ୍ଗର ମୁଖ୍ୟ ସଚିବଙ୍କୁ ସମନ କରିଛନ୍ତି । ତାଙ୍କୁ ରବିବାର ଅପରାହ୍ନ ୫ଟା ସୁଦ୍ଧା ସ୍ପଷ୍ଟୀକରଣ ଦେବାକୁ କୁହାଯାଇଛି ଏବଂ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ କାହିଁକି ପ୍ରୋଟୋକଲ୍ ପାଳନ କରାଯାଇ ନଥିଲା ତାହା ପଚରାଯାଇଛି ।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ଦିନ ବାଗଡୋଗ୍ରା ବିମାନବନ୍ଦର ନିକଟରେ ଆୟୋଜିତ ଏକ ଆଦିବାସୀ ସମ୍ପ୍ରଦାୟର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ରାଜ୍ୟ ମନ୍ତ୍ରୀମାନଙ୍କ ଅନୁପସ୍ଥିତିକୁ ଦର୍ଶାଇଥିଲେ । ସେ ସ୍ଥାନ ପରିବର୍ତ୍ତନ ନିଷ୍ପତ୍ତି ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ । କେନ୍ଦ୍ର ଗୃହ ସଚିବ ପଶ୍ଚିମବଙ୍ଗ ମୁଖ୍ୟ ସଚିବଙ୍କୁ ମଧ୍ୟ ପଚାରିଛନ୍ତି ଯେ ରାଷ୍ଟ୍ରପତିଙ୍କ ଗସ୍ତ ସହିତ ଜଡିତ ସୁରକ୍ଷା ଏବଂ ପ୍ରୋଟୋକଲ୍ ନିୟମର ବ୍ଲୁ ବୁକ୍ କାହିଁକି ପାଳନ କରାଯାଇ ନାହିଁ । କାର୍ଯ୍ୟକ୍ରମର ସ୍ଥାନ କାହିଁକି ପରିବର୍ତ୍ତନ କରାଯାଇଥିଲା ତାହା ସ୍ପଷ୍ଟ କରିବାକୁ ସେ କହିଛନ୍ତି ।
