ନୂଆଦିଲ୍ଲୀ:ଇରାନ-ଇସ୍ରାଏଲ ଯୁଦ୍ଧ ଭାରତୀୟ ସେୟାର ବଜାର ର ରେ ବଡ଼ ହ୍ରାସ ଦେଖିବାକୁ ମିଳିଛି lବଜାର ଖୋଲିବା ମାତ୍ରେ ସେନସେକ୍ସ ୨୪୯୪ ପଏଣ୍ଟ ହ୍ରାସପାଇଛି lନିଫଟି-୫୦ ସେୟାରଗୁଡିକରେ ୭୯୨ ପଏଣ୍ଟ ହ୍ରାସ ଘଟିଥିଲା। ବଜାର ଖୋଲିବା ବେଳକୁ ୧୨.୭୮ ଟ୍ରିଲିୟନ ହରାଇଲେ ନିବେଶକ। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଓ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଁ ସୋମବାର ୯ ମାର୍ଚ୍ଚ, ୨୦୨୬ରେ, ଭାରତୀୟ ଷ୍ଟକ୍ ବଜାର ଏକ ଅସ୍ଥିରତା ମଧ୍ୟରେ ଆରମ୍ଭ ହୋଇଥିଲା।ଏହି ହ୍ରାସ ନିବେଶକଙ୍କ କୋଟି କୋଟି ଟଙ୍କା କ୍ଷତି କରିଛି। ସକାଳ ୯:୨୨ ସୁଦ୍ଧା, ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନସେକ୍ସ ୨,୩୩୩ ପଏଣ୍ଟ (୨.୯୬%) ହ୍ରାସ ପାଇ ୭୬,୫୮୫ରେ ପହଞ୍ଚିଛି । ସେପଟେ ନ୍ୟାସନଲ ଷ୍ଟକ୍ ଏକ୍ସଚେଞ୍ଜ ନିଫ୍ଟି ୬୮୬ ପଏଣ୍ଟ (୨.୮୧%) ହ୍ରାସ ପାଇ ୨୩,୭୬୪ରେ ପହଞ୍ଚିଛି । ମିଡକ୍ୟାପ୍ ଏବଂ ସ୍ମଲକ୍ୟାପ୍ ସୂଚକାଙ୍କ ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ, ଯଥାକ୍ରମେ ୩.୨୮% ଏବଂ ୩.୩୭% ହ୍ରାସ ପାଇଛି ।
