ଭୁବନେଶ୍ୱର: ଆଜି ମାର୍କଫେଡ୍ ରେ ଆୟୋଜିତ ହେବାକୁ ଥିବା ଉତ୍ସବ କାର୍ଯ୍ୟକ୍ରମ ଫିକା ପଡ଼ିଥିବା ସୂଚନା ମିଳିଛି।ଏହି ଅବସରରେ ମାର୍କଫେଡ୍ ର ସାଧାରଣ ପରିଷଦ ବୈଠକ ମଧ୍ୟ ଅନୁଷ୍ଠିତ ହୋଇ ଯାଇଛି।ସୂଚନା ଅନୁଯାୟୀ, ମାନ୍ୟବର ସମବାୟ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ ଏବଂ ସମବାୟ ବିଭାଗର କମିଶନର-କମ୍-ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଇନଥିବା କଥା ଜଣା ପଡ଼ିଛି।ଏହାସହ ଓଡ଼ିଶାର ରେଜିଷ୍ଟ୍ରାର୍ ଅଫ୍ କୋ-ଅପରେଟିଭ ସୋସାଇଟିସ୍ (RCS) ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ନଥିବା ସୂଚନା ମିଳିଛି।ଫଳରେ ଉତ୍ସବ ପାଳନ କାର୍ଯ୍ୟକ୍ରମ ପ୍ରାୟ ନିରୁତ୍ସାହିତ ହୋଇପଡ଼ିଥିଲା ଏବଂ ପରେ କେବଳ ପରିଚାଳନା କମିଟି ବୈଠକ ହିଁ ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି। ପ୍ରାୟ ୧୦୦ ରୁ ଉର୍ଦ୍ଧ ସଭ୍ୟ ଯୋଗ ଦେଇ ଆଲୋଚନା ରେ ଭାଗ ନେଇଥିବା ଜଣା ପଡ଼ିଛି ।
