ଭୁବନେଶ୍ୱର:ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଚାଲିପାରିଲାନି ଗୃହ । ଦିନ ସାଢେ ୧୧ଟା ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି । ବିଧାନସଭା ପ୍ରଶ୍ନକାଳରୁ ହିଁ ହଙ୍ଗାମା ହୋଇଥିଲା। ଗ୍ୟାସ୍ ପ୍ରସଙ୍ଗରେ ହୋହଲ୍ଲା କରିଥିଲେ ବିରୋଧୀ ।ପ୍ଲାକାର୍ଡ ଧରି ଜୋରଦାର ପ୍ରତିବାଦ କରିଥିଲେ ବିରୋଧୀ । ପିଇବାପାଣି ସମସ୍ୟାକୁ ନେଇ ବିଜେଡି ଶାସକ ଦଳକୁ ଟାର୍ଗେଟ୍ କରିଛନ୍ତି । ପୂର୍ବରୁ ମଧ୍ୟ ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଫସିଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ସେମାନଙ୍କ ସୁରକ୍ଷା ଉପରେ ଆଲୋଚନା କରାଯାଇଥିଲା । ଯାହାକୁ ନେଇ ଗୃହ ବେଶ୍ ସରଗରମ ହୋଇପଡ଼ିଥିଲା । ଗତକାଲି ଶୂନ୍ୟକାଳ ପ୍ରସ୍ତାବରେ ଶେରଗଡ଼ ବ୍ଲକ ଅଧ୍ୟକ୍ଷକଙ୍କୁ ମାଡ଼ ମାରିବା ଘଟଣା ମଧ୍ୟ ବିଧାନସଭାରେ ପ୍ରଶ୍ନ ଉଠାଯାଇଥିଲା । ଯାହାଫଳରେ ଉଭୟ ବିରୋଧୀ ଓ ଶାସକ ଦଳର ନେତା ମଧ୍ୟ ମୁହାଁମୁହିଁ ହେବାର ଦେଖିବାକୁ ମିଳିଥିଲା ।
