ଭୁବନେଶ୍ୱର:ଦଳୀୟ ହ୍ୱିପକୁ ଅବମାନନା କରି ୩ ଜଣ ବିଧାୟକ କ୍ରସ ଭୋଟିଂ କରିଥିବା ସ୍ପଷ୍ଟ କଲେ ଭକ୍ତ ଦାସ । କ୍ରସ ଭୋଟିଂ ତାଲିକାରେ କଂଗ୍ରେସର ଦାଶରଥି ଗମାଙ୍ଗ, ସୋଫିଆ ଫିର୍ଦ୍ଦୋସ ଓ ରମେଶ ଜେନା କ୍ରସ୍ ଭୋଟିଂ କରିଛନ୍ତି କହିଲେ ଭକ୍ତ ଦାସ । ସେହିପରି ସୁବାସିନୀ, ସନା ମହାକୁଡ଼, ଅରବିନ୍ଦ ମହାପାତ୍ର ମଧ୍ୟ କ୍ରସ ଭୋଟିଂ କରିଥିବା ସୂଚନା । ଅନ୍ୟପଟେ ବିଜେଡିରୁ ସୌଭିକ ବିଶ୍ୱାଳ ଓ ଚକ୍ରଧର କହଁର କ୍ରସ୍ ଭୋଟିଂ କରିଥିବା ଚର୍ଚ୍ଚା ହେଉଛି । ତେବେ ୮ ଜଣ କ୍ରସ ଭୋଟିଂ କରିଥିବା ସୂଚନା ମିଳୁଛି l
