ଭୁବନେଶ୍ୱର:ବୁଧବାର ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ହୋହାଲ୍ଲା ଏବଂ ନାରାବାଜିରେ କମ୍ପିଥିଲା ବିଧାନସଭା । ବୁଧବାର ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ହଙ୍ଗାମା କରିଥିଲେ । ଯାହାଫଳରେ ପ୍ରଥମେ ବିଧାନସଭାକୁ ୧୧ଟା ୩୦ ଯାଏଁ ମୁଲତବୀ ରଖିଥିଲେ ବାଚସ୍ପତି । ମୁଲତବୀ ସମୟସୀମା ଆରମ୍ଭ ହେବା ମାତ୍ରେ ପୁଣି ଆରମ୍ଭ ହୋଇଥିଲା ବିଧାନସଭା । ସମାନ ପ୍ରସଙ୍ଗ ନେଇ ବିରୋଧୀ ପୁଣି ହଟ୍ଟଗୋଳ କରିଥିଲେ । ଏସ୍ସିବିରେ ନିଆଁ ଲାଗି ପୋଡ଼ିବା ଘଟଣାରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡ଼ି ବସିଛନ୍ତି ବିରୋଧୀ । ଶେଷରେ ବାଚସ୍ପତି ପୁନର୍ବାର ବିଧାନସଭାକୁ ମୁଲତବୀ ରଖିଛନ୍ତି । ଅପରାହ୍ନ ୪ଟା ଯାଏଁ ଗୃହ କାର୍ଯ୍ୟକୁ ବନ୍ଦ ରଖିଛନ୍ତି ବାଚସ୍ପତି ସୁରମା ପାଢୀ ।
