ଭୁବନେଶ୍ୱର: ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ଆଜିଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ମାର୍ଚ୍ଚ ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ସେ ରାଜ୍ୟରେ ରହି ଭୁବନେଶ୍ୱର, ପୁରୀ ଓ ଗୋପାଳପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ସେନାମୁଖ୍ୟଙ୍କ ଏହି ଗସ୍ତ ପାଇଁ ତାଙ୍କୁ ‘ରାଜ୍ୟ ଅତିଥି’ ମର୍ଯ୍ୟାଦା ପ୍ରଦାନ କରାଯାଇଛି। ଜେନେରାଲ ଦ୍ବିବେଦୀ ନୂଆଦିଲ୍ଲୀରୁ ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ସେ ସିଧାସଳଖ ୧୨୦ ଇନ୍ଫାଣ୍ଟ୍ରି ବଟାଲିଅନକୁ ଯାଇ ସେଠାରେ ରାତିଯାପନ କରିବେ। ସେ ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ। ପରେ ତାଳବାଣିଆ ହେଲିପ୍ୟାଡ୍ରୁ ହେଲିକ୍ୟାପ୍ଟର ଯୋଗେ ଗୋପାଳପୁର ମିଲିଟାରୀ ଷ୍ଟେସନ ଅଭିମୁଖେ ଯାତ୍ରା କରିବେ। ଗୋପାଳପୁରସ୍ଥିତ ‘ଆର୍ମି ଏୟାର ଡିଫେନ୍ସ କଲେଜ’ରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେନାମୁଖ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେବେ।
