ଭୁବନେଶ୍ୱର:ସୋମବାର କାର୍ଯ୍ୟ ସୂଚୀ ଅନୁସାରେ ଆରମ୍ଭ ହୋଇଥିଲା ବିଧାନସଭା । ଗୃହ କାର୍ଯ୍ୟ ଆରମ୍ଭରୁ ପ୍ରଥମେ ଦିବଂଗତ ସାଂସଦ ନାରାୟଣ ସାହୁଙ୍କ ବିୟୋଗରେ ଶୋକପ୍ରସ୍ତାବ ଆଣିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।ଶୋକପ୍ରସ୍ତାବ ଆଗତ ପରେ ପ୍ରଶ୍ନକାଳ ଆରମ୍ଭ ହୋଇଥିଲା । ହେଲେ ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ହଟ୍ଟଗୋଳ କରିଥିଲେ । ଏସ୍ସିବି ମେଡିକାଲରେ ଅଗ୍ନିକାଣ୍ଡ ଘଟଣା ଏନେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀଙ୍କ ପକ୍ଷରୁ ହଟ୍ଟଗୋଳ ହୋଇଥିଲା । ବାଚସ୍ପତିଙ୍କ ବାରମ୍ବାର ଅନୁରୋଧ ପରେ ବି ଶୁଣିନଥିଲେ ବିରୋଧୀ । ଶେଷରେ ବାଧ୍ୟ ହୋଇ ବିଧାନସଭାକୁ ସାଢେ ୧୧ ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।
