ନୟାଗଡ଼: ବିଲ୍ ପାସ୍ କରେଇବା ନାଁରେ ନେଉଥିଲେ ଲାଞ୍ଚ । ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଟ୍ରେଜେରୀ ଅଫିସ୍ର କିରାଣୀ ସରୋଜ କୁମାର ସାହୁ, ପେନସନ ପାଇଁ ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ । ସୂଚନା ଅନୁସାରେ ଅଭିଯୁକ୍ତ ସରୋଜ କୁମାର ସାହୁ, ପେନସନଭୋଗୀଙ୍କଠାରୁ ୩ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ଏବଂ ତାଙ୍କୁ କହିଥିଲେ ଯେ ଯଦି ତାଙ୍କୁ ଦାବି କରାଯାଇଥିବା ଲାଞ୍ଚ ପ୍ରଦାନ ନ କରାଯାଏ, ତେବେ ସେ ବିଲ୍ ପାସ୍ କରିବାରେ ବାଧା ଦେବେ । ତେବେ ଏହି ଘଟଣାରେ କୌଣସି ଉପାୟ ନପାଇ ପେନସନଭୋଗୀ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ଆଜି ଓଡ଼ିଶା ଭିଜିଲାନ୍ସର ଏକ ଦଳ ଟ୍ରେଜେରୀ ଅଫିସ୍ର ବରିଷ୍ଠ କିରାଣୀଙ୍କୁ ପେନସନଭୋଗୀଙ୍କଠାରୁ ୩ ହଜରା ଟଙ୍କା ଲାଞ୍ଚ ନେଉଥିବା ସମୟରେ ଗିରଫ କରିଥିଲେ । ସରୋଜ କୁମାର ସାହୁଙ୍କ କବଜାରୁ ସମସ୍ତ ଲାଞ୍ଚ ଟଙ୍କା ଉଦ୍ଧାର କରାଯାଇ ଜବତ କରାଯାଇଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଦୃଷ୍ଟିରୁ ସରୋଜ ସାହୁଙ୍କ ଘର ଏବଂ ତାଙ୍କ ସହ ଜଡିତ ଦୁଇଟି ସ୍ଥାନରେ ଏକକାଳୀନ ତଲାସ ଚାଲିଛି ।
