ଭୁବନେଶ୍ୱର:ରାଜ୍ୟର ରାଜନୈତିକ ପରିବେଶ ଏବେ ବହୁତ ଗରମ ହୋଇପଡ଼ିଛି । “ଅପରେସନ ଲୋଟସ” ଅଭିଯାନ ରେ ଦିନକୁ ଦିନ ସହ ସହ ନିର୍ବାଚିତ ପ୍ରତିନିଧି ଯୋଡ଼ି ହେଉଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଏହା ଫଳରେ ବିଜେଡି ଶିବିର ଧୀରେ ଧୀରେ ଖାଲି ହେଉଥିବା ବେଳେ ରାଜନୀତିକ ମାନଚିତ୍ରରେ ନୂତନ ସମୀକରଣ ଦେଖାଦେଉଛି ।ସୂଚନା ଅନୁସାରେ, ବିଜେଡି ଭାଡ଼ିକୁ ଖାଲି କରିବା ପାଇଁ ସମବାୟ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ ଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି । ଏହି ପ୍ରକ୍ରିୟାରେ ଯେଉଁମାନେ ଯୋଗ ଦେଉଛନ୍ତି, ସେମାନଙ୍କର ତାଲିକା ଦିନକୁ ଦିନ ଲମ୍ବା ହେଉଛି ବୋଲି କୁହାଯାଉଛି ।ଏପରି ପରିସ୍ଥିତିରେ ରାଜନୀତିକ ମଞ୍ଚରେ ମଜାଦାର ଚର୍ଚ୍ଚା ମଧ୍ୟ ଚାଲିଛି — ବିଜେପି ଦଳ ରେ ଟୋପିର ଚାହିଦା ବଢ଼ିଥିବାରୁ ଏହାର ଦାମ ମଧ୍ୟ ବଢ଼ି ପାରେ ବୋଲି ବ୍ୟଙ୍ଗ ହେଉଛି ।ଅନ୍ୟପଟେ, ପ୍ରଥମ ଥର ପାଇଁ ସମବାୟ ବିତ ମାନଙ୍କୁ ଏତେ ଗୁରୁତ୍ୱ ଦିଆଯାଉଥିବା ନେଇ ମଧ୍ୟ ଆଲୋଚନା ଚାଲିଛି । ଆଗାମୀ ଦିନରେ ଏହି ରାଜନୀତିକ ପରିବର୍ତ୍ତନ କେଉଁ ଦିଗକୁ ଯିବ, ସେଥିପାଇଁ ସମସ୍ତଙ୍କ ନଜର ରହିଛି ।
