ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଚଳିତ ବଜେଟ ଅଧିବେଶନ ଆଜି ଶେଷ ହୋଇପାରେ ବୋଲି ସୂଚନା ମିଳିଛି। ବଜେଟ ଅଧିବେଶନ ଆରମ୍ଭରୁ ବିରୋଧୀ ଦଳ ଗୃହକୁ ଅଚଳ କରିବା ପାଇଁ ଯେପରି ଯୋଜନା କରିଆସୁଛନ୍ତି, ସେଥିପାଇଁ ସରକାର ମଧ୍ୟ ସତର୍କ ହୋଇଛନ୍ତି।ସୂତ୍ର ଅନୁସାରେ, ବେୟ ମଞ୍ଜୁରୀ ବିଲ ପାରିତ ହେବା ପରେ ସରକାର ବିଧାନସଭା ଅଧିବେଶନ ଶେଷ ହେବାକୁ ଘୋଷଣା କରିପାରନ୍ତି।ଉଲ୍ଲେଖନୀୟ, ଚଳିତ ବଜେଟ ଅଧିବେଶନ ଫେବୃୟାରୀ ୧୭ ତାରିଖରୁ ଆରମ୍ଭ ହୋଇ ଦୁଇଟି ପର୍ଯ୍ୟାୟରେ ଚାଲିଥିଲା। ବିଭିନ୍ନ ମୁଦ୍ଦାକୁ ନେଇ ଗୃହରେ ମୁହାଁ ମୁହିଁ ହଙ୍ଗାମା ଦେଖିବାକୁ ମିଳିଥିଲା, ଯାହାର ପ୍ରଭାବରେ ସାଧାରଣ କାର୍ଯ୍ୟବାହୀ ବାଧାପ୍ରାପ୍ତ ହୋଇଥିଲା।ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି, ଅଧିବେଶନକୁ ପୂର୍ବରୁ ସମାପ୍ତ କରିବା ନେଇ ସରକାର ନିଷ୍ପତ୍ତି ନେଇପାରନ୍ତି ବୋଲି ଆଲୋଚନା ଜୋର ଧରିଛି।
