ସମ୍ବଲପୁର:କାଳବୈଶାଖୀର ପ୍ରଭାବରେ ଯୁଯୁମୁରା ବାଣିଝରଣ ଠାରେ ଘଟିଛି ଏକ ଅଘଟଣ । ସୂଚନା ଅନୁସାରେ ବୌଦ୍ଧ ବଘିଆପଡ଼ାର ବିପ୍ଳବଙ୍କ ପୁଅ ସୁଜିତ ର ବାହାଘର ଯୁଯୁମୁରା ଗହୀରପାଲିରେ ସ୍ଥିର ହୋଇଥିଲା ।ଆସନ୍ତା ଏପ୍ରିଲ ୨୫ ତାରିଖରେ ବିପ୍ଲବଙ୍କ ପୁଅର ବିବାହ ହେବାକୁ ଥିଲା lପୁଅର ବିବାହ ପାଇଁ ଲଗ୍ନ ପତ୍ର ଦେବାକୁ ଗହିରପାଲି ଗ୍ରାମକୁ ଯାଉଥିବା ବେଳେ ବାଣିଝରଣ ନିକଟରେ ବଜ୍ରପାତ ହେବାରୁ ବିପ୍ଲବ ବେହେରାଙ୍କ ମୃତ୍ୟୁ ଘଟିଛି lତାଙ୍କ ସହ ଥିବା ସାନ ଭାଇ ବଳରାମ ମଧ୍ୟ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।ଏହି ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପାଣିପାଗ ବିଭାଗ ପକ୍ଷରୁ ପାଣିପାଗ ପରିବର୍ତ୍ତନ ଓ ବଜ୍ରପାତ ନେଇ ସତର୍କ ରହିବାକୁ ଲୋକମାନଙ୍କୁ ଆହ୍ୱାନ କରାଯାଉଛି।
