ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ୧୯୩ ସାଂସଦଙ୍କ ଦ୍ୱାରା ଉପସ୍ଥାପିତ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରିଦିଆଯାଇଛି।ମାର୍ଚ୍ଚ ୧୨ ତାରିଖରେ ରାଜ୍ୟସଭାରେ ଉପସ୍ଥାପନ କରାଯାଇଥିବା ପ୍ରସ୍ତାବ ଉପରେ ରାଜ୍ୟସଭା ଅଧ୍ୟକ୍ଷ ବିଚାରବିମର୍ଷ କରିଥିଲେ। ସବୁ ପ୍ରାସଙ୍ଗିକ ଦିଗ ଓ ପ୍ରସଙ୍ଗକୁ ନିରପେକ୍ଷ ମୂଲ୍ୟାୟନ କରିବା ପରେ ସଭାପତି ନ୍ୟାୟାଧୀଶ (ଯାଞ୍ଚ) ଅଧିନିୟମ, ୧୯୬୮ର ଧାରା ୩ରେ ପ୍ରଦତ୍ତ ଶକ୍ତି ପ୍ରୟୋଗ କରି ପ୍ରସ୍ତାବକୁ ସ୍ୱୀକାର କରିବାକୁ ମନା କରିଦେଇଛନ୍ତି। ଏହି ନିଷ୍ପତ୍ତି ପରେ ଏହା ସ୍ପଷ୍ଟ ହୋଇଯାଇଛି ଯେ ମୁଖ୍ୟ ନିର୍ବାଚନ କମିସନରଙ୍କ କାର୍ଯ୍ୟକାଳ ଜାରି ରହିବ ଓ ତାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଉ ଆଗକୁ ବଢିବ ନାହିଁ।
