ଭୁବନେଶ୍ୱର: ସ୍ତ୍ରୀଙ୍କ ତଣ୍ଟିକାଟି ହତ୍ୟାକଲେ ଅବସରପ୍ରାପ୍ତ ସରକାରୀ ଅଧିକାରୀ । ଅବସାଦ କାରଣରୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଅଭିଯୁକ୍ତ ସ୍ବାମୀ ଏବେ ପୋଲିସ ହେପାଜତରେ । ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ଏୟାରଫିଲ୍ଡ ଥାନା ସୁନ୍ଦରପଦା ଅଞ୍ଚଳରେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି । ଅଭିଯୁକ୍ତକୁ ହେପାଜତକୁ ନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଛାନଭିନ୍ କରିଛି । ଏଜି ଅଫିସରେ ସିନିୟର ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ ଦେବରାୟ ଷଡ଼ଙ୍ଗୀ । ଗତ ୨ ବର୍ଷ ହେବ ସେ ଚାକିରିରୁ ଅବସର ନେଇଥିଲେ । ଅବସର ପରେ ଏୟାରଫିଲ୍ଡ ଥାନା ଅଞ୍ଚଳରେ ନୂଆ ଘରଟିଏ କରିଥିଲେ । ଖବର ଅନୁସାରେ,ଗୋଟିଏ ବୋଲି ଝିଅକୁ ବିବାହ କରାଇଦେଇଛନ୍ତି । କିଛି ଦିନ ହେବ ସ୍ବାମୀଙ୍କର ମାନସିକ ସ୍ଥିତି ଠିକ୍ ନଥିଲା । ଏହା ହତ୍ୟାକାଣ୍ଡର କାରଣ ହୋଇଥାଇପାରେ ବୋଲି ଚର୍ଚ୍ଚା ହେଉଛି । ଘଟଣାସ୍ଥଳରେ ଏୟାରଫିଲ୍ଡ ଥାନା ପୋଲିସ ସହ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।
