ଭୁବନେଶ୍ୱର:ପ୍ରତ୍ୟେକ ବିଦ୍ୟାଳୟ କୁ ସରକାର ସ୍ଵୀକୃତି ପ୍ରଦାନ କରିବା ପୁର୍ବରୁ ଅଟ୍ଟାଳିକା ଗୁଡ଼ିକ ସରକାରଙ୍କ ଧାର୍ଯ୍ୟ ନିରାପତ୍ତା ଅନୁମୋଦନ ଏବଂ ଅଗ୍ନି ନିରାପତ୍ତା ସାର୍ଟିଫିକେଟ ଆବଶ୍ୟକ, କିନ୍ତୁ ଏଥିରେ ବ୍ୟାପକ ଅନିୟମିତତା ହେଇଛି ଏବଂ କିଛି ବିଦ୍ୟାଳୟ, ଅସୁରକ୍ଷିତ ଭଡା କୋଠାଘରେ ଜାଲ ଅଗ୍ନିଶମ ନିରାପତ୍ତା ପ୍ରମାଣପତ୍ର ଦାଖଲ କରି ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ଖେଳ ଖେଳୁଛନ୍ତି ବୋଲି ତଥ୍ୟ ସହ ଶିକ୍ଷା ବିଭାଗ ର ସଚିବଙ୍କୁ ତାଙ୍କ କାର୍ଯ୍ୟାଳୟରେ ରେ ଭେଟି ଅଭିଯୋଗ ପତ୍ର ଦେବାସହ ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟ,ମୁଖ୍ୟ ଶାସନ ସଚିବଙ୍କୁ ଏବଂ ଅଗ୍ନିଶମ ବିଭାଗ ନିର୍ଦ୍ଦେଶକଙ୍କୁ ମଧ୍ୟ ଅବଗତ କରାଯାଇଛି ବୋଲି ଆଜି ଏକ ପ୍ରେସ୍ ବିବୃତ୍ତି ରେ ରାଷ୍ଟ୍ରୀୟ ମାନବାଧିକାର ସାମ୍ମୁଖ୍ୟ ର ସଭାପତି ଶ୍ରୀ ରମେଶ ଭାରତୀ ଏବଂ ଆବାହକ ଶ୍ରୀ ଭୁମୋହନ ବେବର୍ତ୍ତା ପଟ୍ଟନାୟକ ଜଣାଇଛନ୍ତି।ଏଠାରେ ଉଲ୍ଲେଖଯୋଗ୍ୟ ନିକଟରେ କଟକ ବଡ଼ ଡାକ୍ତରଖାନାରେ ଅଗ୍ନିକାଣ୍ଡ ଘଟଣା ବହୁ ଅମୂଲ୍ୟ ଜୀବନ ହାନି ଘଟିବା ପରେ ସାମ୍ମୁଖ୍ୟ ତରଫରୁ ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ ମାନ୍ୟବର ସୁପ୍ରିମକୋର୍ଟ ଙ୍କ ନିର୍ଦ୍ଦେଶ ଦ୍ଵାରା ଧାର୍ଯ୍ୟ ଅଗ୍ନି ନିରାପତ୍ତା ବ୍ୟବସ୍ଥା, ବିଦ୍ୟାଳୟ ଅଟ୍ଟାଳିକା ସୁରକ୍ଷା, ନିରାପତ୍ତା ନିମନ୍ତେ ନିର୍ଦ୍ଦେଶାବଳୀ ସମ୍ବନ୍ଧରେ ଅନୁଶୀଳନ କରିବା ସମୟରେ ବହୁ ଅନିୟମିତତା ହୋଇଥିବା ତଥ୍ୟ ଆମର ହସ୍ତଗତ ହୋଇଛି ଯେଉଁଥିରେ ବହୁ ବିଦ୍ୟାଳୟ ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ ଏବଂ ଅସୁରକ୍ଷିତ କୋଠାଘରେ ନିର୍ମାଣ ପ୍ରମାଣପତ୍ର ଅନୁମୋଦନ ବିନା ବିଦ୍ୟାଳୟ ଚାଲୁଛି ଖଣ୍ଡଗିରୀ ସ୍ଥିତ ସେଣ୍ଟ ଜାଭିୟର୍ସ ହାଇସ୍କୁଲ, କେଦାରଗୌରୀ ସ୍ଥିତ ସେଣ୍ଟ ଜାଭିୟର୍ସ ହାଇସ୍କୁଲ,ଏବଂ ଅନ୍ୟ କିଛି ବିଦ୍ୟାଳୟ ଦ୍ଵାରା ଦାଖଲ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଜାଲର ବୋଲି ମଧ୍ୟ ସାମ୍ନାକୁ ଆସିଛି ଏ ସମ୍ପର୍କରେ ଅଗ୍ନିଶମ ବିଭାଗ ସହ ଆଲୋଚନା ସମୟରେ କର୍ତ୍ତୃପକ୍ଷ ମଧ୍ୟ ସ୍ଵୀକାର କରିଛନ୍ତି ଏହା ଜାଲ ପ୍ରମାଣପତ୍ର ଦୀର୍ଘ ଦିନ ଧରି ଭଡାଘରେ ବିନା ଏନ୍ଓସି ଏବଂ ବିଡ଼ିଏ ଦ୍ଵାରା ଅନୁମୋଦିତ ନହୋଇଥିବା ଅଟ୍ଟାଳିକା ରେ ବିଦ୍ୟାଳୟ ଗୁଡିକ ଚାଲୁଛି ଏବଂ ଛାତ୍ରଛାତ୍ରୀ ମାନଙ୍କ ଜୀବନକୁ ବାଜି ପକାଯାଉଛି। ଭୁବନେଶ୍ୱର ଗୋଷ୍ଠୀ ଶିକ୍ଷାଧିକାରୀ, ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ,ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସମସ୍ତେ ଏ ସମ୍ପର୍କରେ ଅବଗତ ଥିବା ସତ୍ବେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଆଶ୍ଚର୍ଯ୍ୟ କରିଛି।ଅସୁରକ୍ଷିତ ଭଡା ଅଟ୍ଟାଳିକା ରେ ବିନା ଏନ୍ଓସି, ବିଡ଼ିଏ ଅନୁମୋଦନ ବିନା, ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥାଇ ହଜାର ହଜାର ଛାତ୍ରଛାତ୍ରୀ ପଢ଼ୁଥିବା ବିଦ୍ୟାଳୟରେ ଯଦି କୌଣସି ଅଘଟଣ କିମ୍ବା ଅଗ୍ନିକାଣ୍ଡ ଘଟିଲା ତାହେଲେ ଏଥିପାଇଁ ଦାୟୀ କିଏ ରହିବ? ଛାତ୍ରଛାତ୍ରୀ ମାନଙ୍କ ଜୀବନକୁ ବିପଦରେ ପକାଇ ବେଆଇନ୍ ଭାବରେ ଚାଲୁଥିବା ବିଦ୍ୟାଳୟକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେବାସହ କର୍ତ୍ତୃପକ୍ଷ ଙ୍କ ବିରୁଦ୍ଧରେ ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ ଆବଶ୍ୟକ ଦଫା ଲଗାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହିତ ଘଟଣା ସମ୍ପର୍କରେ ଅବଗତ ଥାଇ କୌଣସି ପଦକ୍ଷେପ ନ ନେଇଥିବା ଅଧିକାରୀ ମାନଙ୍କ ବିରୋଧରେ ମଧ୍ୟ ଆବଶ୍ୟକୀୟ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦୃଢ଼ ଦାବି ଉପସ୍ଥାପନ କରାଯାଇଛି ଅନ୍ୟଥା ଛାତ୍ରଛାତ୍ରୀ ମାନଙ୍କ ସ୍ଵାର୍ଥ କୁ ଦୃଷ୍ଟିରେ ରଖି ଆଇନଗତ ପଦକ୍ଷେପ ନିଆଯିବ ବୋଲି ଜଣାଇ ଦିଆଯାଇଛିଆଜିର ସମ୍ମିଳନୀରେ ସାମ୍ମୁଖ୍ୟ ର ଉପସଭାପତି ଶ୍ରୀ ତପନ ପତି, ଆଇନଜୀବୀ ଶ୍ରୀ ନିଳକଣ୍ଠ ରଥ, ଆଇନଜୀବୀ ନାଗାର୍ଜୁନ ସେଠୀ,ସଞ୍ଜୟ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
