ଭୁବନେଶ୍ୱର:ନାନୋ ସାର ସଚେତନତା ଅଭିଯାନ ନାମରେ ଯେତେବେଳେ ଚାଷୀଙ୍କୁ ସଚେତନ କରାଯାଉଛି, ସେତେବେଳେ ଓଡ଼ିଶା MARKFED ଭିତରେ ଚାଲିଛି ଦୁର୍ନୀତି ଓ ଅନିୟମିତତାର ଖୋଲା ଖେଳ। ସରକାରୀ ଅଧିକାରୀ ଥିବା ସତ୍ତ୍ୱେ, ସଂସ୍ଥାଟି ଦୁର୍ନୀତିର ପେଣ୍ଠସ୍ଥଳୀରେ ପରିଣତ ହୋଇପଡ଼ିଛି।ସବୁଠାରୁ ଗମ୍ଭୀର ଅଭିଯୋଗ ହେଉଛି—AGCS ଦାୟିତ୍ୱ ରେ ଥିବା ବ୍ୟକ୍ତି ନିଜେ ନିଜ ଅଡିଟ କରୁଛନ୍ତି। ଯିଏ ଦାୟୀ, ସେ ନିଜେ ତଦନ୍ତକାରୀ ! ଏହା ପ୍ରଶାସନିକ ସ୍ୱଚ୍ଛତାକୁ ଖୋଲା ଆହ୍ୱାନ ଓ ଆଇନର ସ୍ପଷ୍ଟ ଉଲ୍ଲଂଘନ ବୋଲି ଦେଖାଯାଉଛି।ରାଜ୍ୟ ସରକାର ଦେଉଥିବା କୋଟି କୋଟି ଟଙ୍କାର ବ୍ୟୟ ଓ ହିସାବ ମଧ୍ୟ ନିଜେ ନିଜେ ଯାଞ୍ଚ କରାଯାଉଥିବା ଘଟଣା ସମବାୟ ବ୍ୟବସ୍ଥାରେ ଗଭୀର ଅନିୟମିତତାକୁ ପ୍ରକାଶ କରୁଛି।ଏହା ପ୍ରଶ୍ନ ଉଠାଉଛି MARKFED କଣ ନିଜସ୍ୱ ସଂସ୍ଥାରେ ପରିଣତ ହୋଇଯାଇଛି ? MARKFED PVT Ltd ।ସମବାୟ ଆଇନ କଣ କେବଳ ଦୁର୍ନୀତିକୁ ସୁରକ୍ଷା ଦେବା ପାଇଁ ?ଏହି ପରିସ୍ଥିତିରେ ତତ୍କାଳ ସ୍ୱାଧୀନ ତଦନ୍ତ, ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ଓ ସମ୍ପୂର୍ଣ୍ଣ ହିସାବ ଜନ ସାମ୍ନାରେ ଆଣିବା ପାଇଁ ଦୃଢ଼ ଦାବି କରାଯାଉଛି। RTI ଆଇନ କୁ କାର୍ଯ୍ୟକାରୀ କରିବା ପାଇଁ ଦାବି ।ନଚେତ୍, ଏହା ସ୍ପଷ୍ଟ ହେବ ଯେ ସମବାୟ ବ୍ୟବସ୍ଥା କେବଳ କିଛି ସରକାରୀ ଲୋକଙ୍କ ଲାଭ ପାଇଁ ଚାଲିଛି।
