ଭୁବନେଶ୍ୱର: ଆଜି ନ୍ୟାସନାଲ ପ୍ୟାରେଣ୍ଟସ ଫେଡେରେସନ ର ରାଜ୍ୟ କାର୍ଯ୍ୟାଳୟ ଠାରେ ବରିଷ୍ଠ କର୍ମକର୍ତ୍ତା ମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ରଞ୍ଜନ ଦାସ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଯାଇଛି।ସର୍ବସମ୍ମତି କ୍ରମେ ଆଜିର ଦିନଟିକୁ ମହାସଂଘର “ସଂକଳ୍ପ ଦିବସ” ଭାବେ ଘୋଷଣା କରାଯାଇଛି। ଆଗାମୀ ଦିନରେ ଅଭିଭାବକମାନଙ୍କ ବିଭିନ୍ନ ସମସ୍ୟା ଦୂରୀକରଣ ପାଇଁ ଦୃଢ଼ ସଂକଳ୍ପ ଗ୍ରହଣ କରାଯାଇଥିବା ବିଷୟଟି ବୈଠକରେ ଉଲ୍ଲେଖ କରାଯାଇଛି।ଏହାସହ ବରିଷ୍ଠ ସମାଜସେବୀ ଓ ରାଜ୍ୟ ମାନବ ଅଧିକାର ପରିଷଦ ର ଚେୟାରମ୍ୟାନ ଶ୍ରୀମତୀ ସସ୍ମିତା ଦାସ ମହୋଦୟାଙ୍କୁ ରାଜ୍ୟ ସମ୍ପାଦକ ଭାବେ ଦାୟିତ୍ୱ ହସ୍ତାନ୍ତର କରାଯାଇଛି। ଶ୍ରୀମତୀ ଦାସ ସମ୍ପାଦକ ଦାୟୀତ୍ବ ସହିତ କଟକ ଜିଲ୍ଲା କୁ ଅଧିକ ଗୁରୁତ୍ଵ ଦେବେ ବୋଲି କହିଛନ୍ତି ।ରାଷ୍ଟ୍ର ସଚିବ ଶ୍ରୀଯୁକ୍ତ ପ୍ରଦୀପ୍ତ ମିଶ୍ର ଗଣମାଧ୍ୟମକୁ କହିଛନ୍ତି ଯେ, ଏହି ନୂତନ ନେତୃତ୍ୱ ମାଧ୍ୟମରେ ଅଭିଭାବକମାନଙ୍କ ସମସ୍ୟାଗୁଡିକୁ ସୁଚାରୁ ରୁପେ ସମାଧାନ କରାଯିବ ବୋଲି ଏକ ପ୍ରେସ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।
