ଛତିଶଗଡ଼:ଛତିଶଗଡ଼ ଶକ୍ତି ଜିଲ୍ଲାରେ ଥିବା ବେଦାନ୍ତ ପାୱାର ପ୍ଲାଣ୍ଟରେ ମଙ୍ଗଳବାର ଘଟିଛି ବଡ଼ ଅଘଟଣ । ବଏଲର ଫାଟି 10 ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ହୋଇଛନ୍ତି ।ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତ ଶ୍ରମିକଙ୍କ ଚିକିତ୍ସା ଜାରି ରହିଛି ।କିପରି ଏହି ଅଘଟଣ ଘଟିଲା ପ୍ଲାଣ୍ଟ ଅଧିକାରୀମାନେ ତାହାର ଅନୁଧ୍ୟାନ କରୁଛନ୍ତି । ବଏଲର ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ତଦନ୍ତ ପରେ ବିସ୍ଫୋରଣର କାରଣ ସ୍ପଷ୍ଟ ହେବ ବୋଲି ଅଧିକାରୀମାନେ କହିଛନ୍ତି ।
