ଭୁବନେଶ୍ୱର:ରାଜ୍ୟ ସମବାୟ ୟୁନିଅନ ଦ୍ୱାରା ଚାଲୁଥିବା 70 ତମ DCMA କୋର୍ସ କୁ ନେଇ ଏବେ ଗମ୍ଭୀର ପ୍ରଶ୍ନ ଉଠିଛି । ଏହି କୋର୍ସ ଯାହା ଦୀର୍ଘଦିନ ଧରି ରାଜ୍ୟ ସମବାୟ ୟୁନିଅନ ଅଧୀନରେ ଚାଲୁଥିଲା, ସେହି କୋର୍ସ କେମିତି ହଠାତ୍ STICD ନାମକ ସଂସ୍ଥା ଅଧୀନକୁ ଗଲା – ଏହାକୁ ନେଇ ସାଧାରଣ ଲୋକମାନଙ୍କ ମଧ୍ୟରେ ଆଶ୍ଚର୍ଯ୍ୟ ଓ ଅସନ୍ତୋଷ ପ୍ରକାଶ ପାଉଛି।STICD କେବେ ଗଠିତ ହେଲା ? କିଏ ଏହାକୁ ଗଠନ କଲା? କୋଉ ଆଇନ ଅନୁଯାୟୀ ଏହା ଗଠିତ ହୋଇଛି ? ଏହାର ପ୍ରମାଣ କେଉଁଠି ? ଏହି ପ୍ରଶ୍ନଗୁଡିକ ଏବେ ସାଧାରଣ ଲୋକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରଶ୍ନ ବାଚି ତିଆରି ହୋଇଛି ।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି – DCMA କୋର୍ସ କିପରି ଓ କେଉଁ ପ୍ରକ୍ରିୟାରେ STICD ଅଧୀନକୁ ହସ୍ତାନ୍ତର ହେଲା ? ଏହାକୁ ନେଇ କୌଣସି ସ୍ପଷ୍ଟତା ନଥିବାରୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନିଶ୍ଚିତତାରେ ପଡ଼ିଛି।ଏହା ସହିତ, JRCS ଶ୍ରୀ ବିଶ୍ୱ ରଞ୍ଜନଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି। ଅଭିଯୋଗ ହେଉଛି ଯେ, ତାଙ୍କର କିଛି ନିଷ୍ପତ୍ତି ଫଳରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ହେଉଛି।ଏହି ପରିସ୍ଥିତିରେ, ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ପଷ୍ଟ ଉତ୍ତର ଓ ତଦନ୍ତ ଦାବି କରାଯାଉଛି। ଯଦି ଶୀଘ୍ର ଏହାର ସମାଧାନ ନ ହୁଏ, ତେବେ ଏହା ଆଗାମୀଦିନରେ ଏକ ବଡ଼ ଶିକ୍ଷାଗତ ବିବାଦ ରୂପ ନେଇପାରେ।“DCMA କୋର୍ସ କେମିତି STICD ର ହେଲା ? ପଚାରୁଛି ଓଡ଼ିଶା
