ଭୁବନେଶ୍ୱର:ସମ୍ପ୍ରତି ରାଜ୍ୟର କିଛି ସମବାୟ ସଂସ୍ଥାର କାର୍ଯ୍ୟପ୍ରଣାଳୀ, ପରିଚାଳନା ଓ ସେବା ପ୍ରଦାନ ପ୍ରତି ଗୁରୁତର ଅସନ୍ତୋଷ ପ୍ରକାଶ ପାଇଛି। ସଭ୍ୟ, ଚାଷୀ, ଅଂଶୀଦାର ଓ ଜମାକାରୀମାନଙ୍କର ଆସ୍ଥା କ୍ରମେ କ୍ଷୟ କ୍ଷତି ହେଉଥିବା ଅଭିଯୋଗ ଆସୁଛି, ଯାହା ଏକ ଗୁରୁତର ପ୍ରତିଷ୍ଠାନଗତ ସମସ୍ୟାର ସୂଚନା ଦେଉଛି।ଉପଲବ୍ଧ ତଥ୍ୟ ଓ ମତାମତ ଅନୁସାରେ, କିଛି ସଂସ୍ଥାରେ ପ୍ରଶାସନିକ ଅଦକ୍ଷତା, ଦାୟିତ୍ୱବୋଧର ଅଭାବ ଓ ପରିଚାଳନା ନୀତିର ଅନୁପାଳନରେ ଅନିୟମିତତା ଦେଖାଯାଉଛି। ଏହା ସମବାୟ ଆଇନ ଓ ସମ୍ପର୍କିତ ନିୟମାବଳୀର ମୂଳ ଉଦ୍ଦେଶ୍ୟକୁ ବିରୋଧ କରୁଛି ।ଏହା ସହିତ, କିଛି ସମବାୟ ସଂସ୍ଥା ନିଜସ୍ୱ ସ୍ଥାୟୀ ବ୍ୟବସାୟ ମଡେଲ୍ ବିକାଶ କରିପାରିନଥିବାରୁ ସରକାରୀ ସବସିଡି ଉପରେ ଅତ୍ୟଧିକ ନିର୍ଭରଶୀଳ ରହିଛନ୍ତି। ଏପରି ପରିସ୍ଥିତି ଦୀର୍ଘ ମିୟାଦରେ ସଂସ୍ଥାମାନଙ୍କର ଆର୍ଥିକ ସ୍ଥିରତା ଓ ସ୍ୱାଧୀନତା ପାଇଁ ବିପଦସୂଚକ।ଏହି ପରି ପ୍ରେଖୀରେ ସମବାୟ ବିଭାଗ ସହିତ ସଂପୃକ୍ତ ସମସ୍ତ ପଦାଧିକାରୀ ଓ କର୍ମଚାରୀମାନଙ୍କୁ ନିଜ ଦାୟିତ୍ୱ ଓ କାର୍ଯ୍ୟପ୍ରଣାଳୀର ଆତ୍ମ ନୀରୀକ୍ଷଣ କରିବାକୁ ଓ ଆଇନ ଓ ନିୟମାବଳୀ ଅନୁରୂପ ପାରଦର୍ଶୀ ଓ ଜବାବ ଦେହୀ ପ୍ରଣାଳୀ ଗଠନ କରିବାକୁ ଆହ୍ୱାନ କରାଯାଉଛି।ଏହା ସହିତ, ସମସ୍ତ ବରିଷ୍ଠ ସମବାୟ ବିଶେଷଜ୍ଞ, ଅର୍ଥନୀତି ବିଦ୍ ଓ ବୁଦ୍ଧିଜୀବୀମାନଙ୍କୁ ଏହି ବିଷୟରେ ଖୋଲା ଆଲୋଚନା କରି ସରକାରଙ୍କୁ ଯଥୋଚିତ ନୀତିଗତ ପରାମର୍ଶ ପ୍ରଦାନ କରିବାକୁ ଅନୁରୋଧ ଜଣାଯାଉଛି, ଯାହା ମାଧ୍ୟମରେ ସମବାୟ ବ୍ୟବସ୍ଥାର ପୁନର୍ଗଠନ ଓ ସୁଦୃଢ଼ିକରଣ ସମ୍ଭବ ହେବ।
