ଭୁବନେଶ୍ୱର:ଏକାମ୍ର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା (ଭାଇନା)ଙ୍କର ଧର୍ମପତ୍ନୀ ସ୍ୱର୍ଗତ ପ୍ରିୟଦର୍ଶିନୀ ନନ୍ଦଙ୍କ ଅକାଳ ବିୟୋଗରେ ସମଗ୍ର ଏକାମ୍ର ଅଞ୍ଚଳ ଏବଂ ବଡ଼ଗଡ଼ବାସୀ ଗଭୀର ଭାବେ ଦୁଃଖିତ ଓ ମର୍ମାହତ ହୋଇଛନ୍ତି।ତାଙ୍କର ବିୟୋଗ ସମଗ୍ର ଅଞ୍ଚଳ ପାଇଁ ଏକ ଅପୂରଣୀୟ କ୍ଷତି। ଏହି ଦୁଃଖଦ ଘଟଣାରେ ସମସ୍ତେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।ମହାପ୍ରଭୁ ଲିଙ୍ଗରାଜ, ମହାପ୍ରଭୁ ପତିତପାବନ ଏବଂ ବାବା ନୀଳକଣ୍ଠେଶ୍ୱରଙ୍କ ପାଖରେ ଆମର ପ୍ରାର୍ଥନା ଯେ, ସେହି ଅମର ଆତ୍ମାଙ୍କୁ ଶାନ୍ତି ପ୍ରଦାନ କରିବା ସହିତ ଏହି ଦୁଃଖର ଘଡ଼ିରେ ପରିବାରବର୍ଗଙ୍କୁ ଧର୍ଯ୍ୟ, ସାହସ ଓ ଶକ୍ତି ପ୍ରଦାନ କରନ୍ତୁ।ଅଶ୍ରୁଳ ଶ୍ରଦ୍ଧାଞ୍ଜଳି 🙏ଓଁ ଶାନ୍ତି 🙏
