ଭୁବନେଶ୍ୱର, ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ରାଜ୍ୟର ସମଗ୍ର ପାସ୍ ହାର ୯୫.୩୩% ରହିଛି । ଏଥିରେ ଗଜପତି ଜିଲ୍ଲା ସର୍ବାଧିକ ପାସ୍ ହାର ସହ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ କେନ୍ଦୁଝର ଜିଲ୍ଲାର ଫଳାଫଳ ସମସ୍ତଙ୍କୁ ଚକିତ କରିଛି ।ବିଶେଷକରି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଭାବେ ପରିଚିତ କେନ୍ଦୁଝରରେ ସର୍ବନିମ୍ନ ପାସ୍ ହାର ରେକର୍ଡ ହୋଇଥିବା ସହ ୧୩୭୯ ଜଣ ଛାତ୍ରଛାତ୍ରୀ ଅସଫଳ ହୋଇଥିବା ତଥ୍ୟ ଶିକ୍ଷା ମହଳରେ ଚର୍ଚ୍ଚାର ବିଷୟ ପାଲଟିଛି ।ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ଅନେକ ଯୋଜନା ଓ ସୁବିଧା ଘୋଷଣା କରୁଥିବା ବେଳେ କେନ୍ଦୁଝର ଭଳି ଜିଲ୍ଲାରେ ଏପରି ନିରାଶାଜନକ ଫଳାଫଳ ପଛରେ କାରଣ କ’ଣ, ସେନେଇ ଅଭିଭାବକ ଓ ଶିକ୍ଷାବିଦ୍ମାନଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି ।ଶିକ୍ଷାର ମାନ, ଶିକ୍ଷକ ଅଭାବ, ପାଠପଢ଼ା ପରିବେଶ ଓ ଦୂରଦର୍ଶୀ ଯୋଜନାର ଅଭାବକୁ ନେଇ ଏବେ ବିଭିନ୍ନ ମହଳରେ ଆଲୋଚନା ଜୋର ଧରିଛି ।
