ଜଗତସିଂହପୁର: ମାଟି ମାଫିଆଙ୍କ ଉପରେ ଜିଲ୍ଲା ପ୍ରଶାସନର ଚଢ଼ାଉ। ଛଦ୍ମବେଶରେ ଅଭିଯୁକ୍ତଙ୍କୁ ଅନସ୍ପଟ ମାଡିବସିଲେ ତଦନ୍ତକାରୀ ଟିମ। ଜିଲ୍ଲାପାଳ ଏବଂ ଏସପିଙ୍କ ରାତି ଅଧିଆ ଅପରେସନ। ସୁଚନା ଥାଉ ଯେ, ଜଗତସିଂହପୁର ଜିଲ୍ଲା ଫତେପୁର ଗହୀରରେ ପୋଲିସ ଓ ପ୍ରଶାସନ ପକ୍ଷରୁ ଅତର୍କିତ ରେଡ୍ କରାଯାଇଛି। ରେଡ ବେଳେ ୭ ଜେସିବି ସହ ୮ ହାଇୱା ଜବତ କରାଯାଇଛି। ଏହି ଘଟଣାରେ ୮ ଜଣ ଗିରଫ ହୋଇଛନ୍ତି। କିଛି ଦିନ ତଳେ ସାମ୍ବାଦିକଙ୍କୁ ମାରଣାନ୍ତକ ଆକ୍ରମଣ କରିଥିଲେ ମାଟି ମାଫିଆ। ଏହାପରେ ଗତକାଲି ରାତିରେ ହଠାତ୍ ଜିଲ୍ଲାପାଳ ଏବଂ ଏସପିଙ୍କ ମିଳିତ ଚଢାଉ ହୋଇଥିଲା । ପୋଲିସ ସାଧା ପୋଷାକରେ ଯାଇ ଅପରାଧିଙ୍କୁ କାବୁ କରିଥିଲା। ଏହି ଘଟଣାରେ ଅଧିକ ତଦନ୍ତ କରୁଛି ପୋଲିସ।
