ଭୁବନେଶ୍ୱର:ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ (ରାଜା ସ୍ବାଇଁ)ଙ୍କ ଉପରକୁ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ନବୀନ ଏହି ଚିଠିରେ ଉଦବେଗ ପ୍ରକାଶ କରିଛନ୍ତି।ଆଠଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଶୁକ୍ରବାର ତିଗିରିଆ ପଞ୍ଚାୟତ ସମିତି ବୈଠକରେ ଯୋଗଦେବାକୁ ଯାଉଥିବା ସମୟରେ ତିଗିରିଆ ବ୍ଲକଠାରେ କିଛି ଦୁର୍ବୃତ୍ତ ତାଙ୍କୁ ହିଂସାତ୍ମକ ଭାବେ ଅଟକାଇବା ସହ ଧମକଚମକ ଦେଇଥିଲେ ଏବଂ ଶାରୀରିକ ଭାବେ ହଇରାଣ କରିଥିଲେ। ଗ୍ରାଉଣ୍ଡ ରିପୋର୍ଟ ଏବଂ ଗଣମାଧ୍ୟମରୁ ମିଳିଥିବା ଏହି ଖବର ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି। ଏହା ଗଣତନ୍ତ୍ର ଉପରେ ସିଧାସଳଖ ଆକ୍ରମଣ ବୋଲି ଚିଠିରେ ବିରୋଧୀ ଦଳ ନେତା ଦର୍ଶାଇଛନ୍ତି। ଦୁର୍ବୃତ୍ତଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ନବୀନ ମୁଖ୍ୟମନ୍ତ୍ରୀଙ୍କୁ ଚିଠିରେ ଅନୁରୋଧ କରିଛନ୍ତି।
