ନୂଆଦିଲ୍ଲୀ:ବିଜେପିରେ ସାମିଲ ହୋଇଥିବା ରାଜ୍ୟସଭା ସାଂସଦ ରାଘବ ଚଡ୍ଡାଙ୍କୁ ବଡ଼ ଦାୟିତ୍ୱ ମିଳିଛି । ତାଙ୍କୁ ରାଜ୍ୟସଭାର କମିଟି ଅନ୍ ପିଟିସନ (ଆବେଦନ କମିଟି)ର ଅଧ୍ୟକ୍ଷ କରାଯାଇଛି । ସମିତିର ପୁନର୍ଗଠନ ପରେ ଗୃହର ୧୦ ସଦସ୍ୟଙ୍କୁ ଏହି ପ୍ୟାନେଲ୍ ପାଇଁ ନାମିତ କରାଯାଇଛି ।ରାଜ୍ୟସଭାର ଏକ ଅଧିସୂଚନାରେ କୁହାଯାଇଛି ଯେ ରାଘବ ଚଡ୍ଡାଙ୍କୁ ପିଟିସନ୍ ସମିତିର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି । ଏଥିରେ ଏହା ମଧ୍ୟ କୁହାଯାଇଛି ଯେ ରାଜ୍ୟସଭା ସଭାପତି ମେ ୨୦ରୁ ପ୍ରଭାବୀ ଭାବେ ଏହି ପ୍ୟାନେଲର ପୁନର୍ଗଠନ କରିଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ସି.ପି.ରାଧାକୃଷ୍ଣନ ଯାଚିକା ସମିତିର ପୁନର୍ଗଠନ କରିବା ପରେ ଗୃହର ୧୦ ସଦସ୍ୟଙ୍କୁ ଏହି ପ୍ୟାନେଲ ପାଇଁ ନାମିତ କରିଛନ୍ତି ।ରାଘବ ଚଡ୍ଡାଙ୍କ ସମେତ ଏହି ପ୍ୟାନେଲରେ ହର୍ଷ ମହାଜନ, ଗୁଲାମ ଅଲି, ଶମ୍ଭୁ ଶରଣ ପଟେଲ, ମୟଙ୍କକୁମାର ନାୟର, ମସ୍ତାନ ରାଓ, ଜେବି ମାଥେର ହିଶାମ, ଶୁଭାଶିଷ ଖୁଣ୍ଟିଆ, ରଙ୍ଗବ୍ରା ନାରଜାରୀ ଓ ସନ୍ଦୋଶ କୁମାର ପି ସାମିଲ ଅଛନ୍ତି । ଅନ୍ୟ ଏକ ଅଧିସୂଚନାରେ ରାଜ୍ୟସଭା ସଚିବାଳୟ କହିଛି, ରାଜ…
