ଭୁବନେଶ୍ୱର: ଓଡିଶା ଖାଉଟୀ ସମବାୟ ମହାସଂଘ (OCCF) ର ସମ୍ପ୍ରତି ହୋଇଥିବା ପରିଚାଳନା କମିଟି ବୈଠକରେ ସମବାୟ ଆଇନ–୧୯୬୨ ଓ ସମବାୟ ନିୟମକୁ ଅମାନ୍ୟ କରାଯାଇଥିବା ନେଇ ସମବାୟ ମହଳରେ ଚର୍ଚ୍ଚା ଓ ଅସନ୍ତୋଷ ପ୍ରକାଶ ପାଇଛି। ଉକ୍ତ ବୈଠକରେ ସମିତିର ସଭାପତିଙ୍କ ସହ ନୂତନ ଭାବେ ନିଯୁକ୍ତ OAS ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ପଣ୍ଡା ମଧ୍ୟ ଉପସ୍ଥିତ ଥିବା ସୂଚନା ମିଳିଛି।ତଥ୍ୟ ଅନୁସାରେ, ସମବାୟ ଆଇନ ଓ ନିୟମ ଅନୁଯାୟୀ “Education Fund” ଏକ statutory ବ୍ୟବସ୍ଥା ହୋଇଥିଲେ ମଧ୍ୟ, OCCF ପରିଚାଳନା କମିଟି ବୈଠକରେ ଏହାକୁ ନ ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି। ପରିଚାଳନା କମିଟି କୌଣସି ଆଇନକୁ ପରିବର୍ତ୍ତନ କରିପାରିବ କି ନାହିଁ ଏବଂ ଏହା କେତେଦୂର ଆଇନ ସଙ୍ଗତ, ସେନେଇ ପ୍ରଶ୍ନ ଉଠିଛି।ଖବର ନେବାରେ ଜଣାପଡିଛି ଯେ, ଗତ ଦୁଇ ଦିନ ତଳେ ରାଜ୍ୟ ସମବାୟ ୟୁନିଅନର ଦୁଇଜଣ DCI Education Fund ଆଣିବା ପାଇଁ OCCF କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ଥିବା କର୍ମଚାରୀମାନେ “ଆମେ ଆଉ Education Fund ଦେବୁ ନାହିଁ, ଏହା ପରିଚାଳନା କମିଟିରେ ସ୍ଥିର ହୋଇଛି” ବୋଲି କହିଥିବା ସୂଚନା ମିଳିଛି।ସମବାୟ ବିଭାଗ ଅଧୀନରେ ଥିବା ଏକ ସଂସ୍ଥା ଯଦି ନିଜେ ଆଇନ ତିଆରି କରିବା ଭଳି ନିଷ୍ପତ୍ତି ନେଉଛି, ତେବେ ସେ ସମିତି କୁ କିଏ ଅଧିକାର ଦେଲା ବୋଲି ସମବାୟ ମହଳରେ ପ୍ରଶ୍ନ ଉଠିଛି। କିଛି ସମବାୟ ପ୍ରେମୀ ବ୍ୟଙ୍ଗାତ୍ମକ ଭାବରେ “ନିଜ ଆଇନ ନିଜେ ତିଆରି କରୁଥିବା ସଂସ୍ଥାକୁ ସଲାମ” ବୋଲି ମତ ପ୍ରକାଶ କରିଛନ୍ତି।ଏହି ପ୍ରସଙ୍ଗରେ ରାଜ୍ୟ ସମବାୟ ୟୁନିଅନର ସଭାପତି ପ୍ରଭାସିନୀ ଷଡଙ୍ଗୀଙ୍କୁ ଆମ ପ୍ରତିନିଧି ଭେଟି ଥିଲେ। ସେ କହିଛନ୍ତି ଯେ, ଏହି ବିଷୟରେ ସେ ଅବଗତ ଅଛନ୍ତି ଏବଂ ରାଜ୍ୟ ସମବାୟ ୟୁନିଅନର ପରିଚାଳନା କମିଟି ଓ ସାଧାରଣ ସଭା ବୈଠକରେ ଏହା ଉପରେ ଆଲୋଚନା କରାଯିବ। କମିଟି ଯେଉଁ ନିଷ୍ପତ୍ତି ନେବ, ତାହା ଅନୁଯାୟୀ ପରବର୍ତ୍ତୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି। ଆମ ପରିଚାଳନା କମିଟି ବୈଠକ ପରେ ମୁଁ ପ୍ରେସ କୁ ବିବୃତ୍ତି ଦେବେ ବୋଲି କହିଛନ୍ତି,ସଭାପତି, ସଡଙ୍ଗୀ ।
