ଭୁବନେଶ୍ୱର: ସମବାୟ ବିଭାଗରେ ବଦଳି ନୀତିକୁ ନେଇ ଏବେ ନୂଆ ଚର୍ଚ୍ଚା ଜୋର ଧରିଛି। କର୍ମଚାରୀ ମହଳରେ କୁହାଯାଉଛି , ବିଭାଗ ପକ୍ଷରୁ ନୂଆ ମାପକାଠି ପ୍ରଚଳନ କରାଯାଇଛି।ସାଧାରଣ କର୍ମଚାରୀଙ୍କ ପାଇଁ ନିୟମ ହେଉଛି – ଟଙ୍କା ବ୍ୟାଗ ଦିଅ, ନହେଲେ ଜିଲ୍ଲା ବଦଳାଅ ! ଅନ୍ୟପଟେ କିଛି ବିଶେଷ କର୍ମଚାରୀଙ୍କ ପାଇଁ ନିୟମ ଭିନ୍ନ। ସେମାନଙ୍କ କ୍ଷେତ୍ରରେ ଯେଉଁଠି ବଦଳି ହେଉନା କାହିଁକି, ଶେଷରେ ଗନ୍ତବ୍ୟସ୍ଥଳ ହେଉଛି ଭୁବନେଶ୍ୱର।ନିହାରିକାଙ୍କ ପୁଣି ଥରେ ଭୁବନେଶ୍ୱର ବଦଳି ଖବର ପ୍ରକାଶ ପାଇବା ପରେ ବିଭାଗୀୟ କର୍ମଚାରୀମାନେ ଏବେ ନୂଆ ପ୍ରଶ୍ନ ଉଠାଉଛନ୍ତି। ବଦଳି ଆଦେଶ ସତରେ ଅଫିସରେ ପ୍ରସ୍ତୁତ ହେଉଛି ତ, ନା GPS ଲୋକେସନ୍ ଦେଖି ପ୍ରସ୍ତୁତ କରାଯାଉଛି?କର୍ମଚାରୀଙ୍କ ମଧ୍ୟରେ କୁହାଯାଉଛି ଯେ, କିଛି ଅଧିକାରୀଙ୍କ ବଦଳି ବ୍ୟବସ୍ଥା ଠିକ୍ Google Map ପରି। ଯେତେ ଦୂରକୁ ପଠାଇଲେ ମଧ୍ୟ କିଛି ଦିନ ପରେ ସିଷ୍ଟମ୍ ନିଜେ କହିଦିଏ— “Recalculating Route to Bhubaneswar…”ଏହାକୁ ନେଇ ବିଭାଗୀୟ ମହଳରେ ବିଭିନ୍ନ ଚର୍ଚ୍ଚା ଚାଲିଥିବା ବେଳେ, ବଦଳି ନୀତିରେ ସ୍ୱଚ୍ଛତା ଓ ସମାନତା ରକ୍ଷା କରିବାକୁ କର୍ମଚାରୀମାନେ ଦାବି କରୁଛନ୍ତି। ତେବେ ଏହି ଚର୍ଚ୍ଚା ଓ କେବଳ କର୍ମଚାରୀ ମହଳର ମତାମତ ହୋଇଥିବା ବେଳେ, ବିଭାଗ ପକ୍ଷରୁ ଏନେଇ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ମିଳିନାହିଁ l
