ନୂଆଦିଲ୍ଲୀ:ଆଫଗାନିସ୍ତାନ ସୀମାବର୍ତ୍ତୀ ଅଞ୍ଚଳରେ ପାକିସ୍ତାନର ଏୟାର ଷ୍ଟ୍ରାଇକରେ ଅନେକ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି।ଏହି ଘଟଣାପରେ ଭାରତ ପକ୍ଷରୁ ପାକିସ୍ତାନକୁ କଡା ନିନ୍ଦା କରାଯାଇଛି lଭାରତ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପ୍ରତି ଗଭୀର ସମବେଦନା ପ୍ରକାଶ କରିଛି ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛି।ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ଭାରତ ଆଫଗାନିସ୍ତାନରେ ପାକିସ୍ତାନର ବିମାନ ଆକ୍ରମଣକୁ ଦୃଢ଼ ନିନ୍ଦା କରୁଛି, ଯେଉଁଥିରେ ମହିଳା ଏବଂ ଶିଶୁଙ୍କ ସମେତ ଅନେକ ସାଧାରଣ ନାଗରିକଙ୍କ ଜୀବନ ଯାଇଛି। ପାକିସ୍ତାନର ଏହି ଆକ୍ରମଣ ଆଫଗାନିସ୍ତାନର ସାର୍ବଭୌମତ୍ୱ ଉପରେ ଆକ୍ରମଣ ଏବଂ ଆଞ୍ଚଳିକ ଶାନ୍ତି ଏବଂ ସ୍ଥିରତା ପାଇଁ ଏକ ସିଧାସଳଖ ବିପଦ। ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ସାମାଜିକ ଗଣମାଧ୍ୟମ ‘ଏକ୍ସ’ ରେ ଏକ ପୋଷ୍ଟରେ ଅଭିଯୋଗ କରିଛି ଯେ ଆବାସିକ ଅଞ୍ଚଳରେ ପାକିସ୍ତାନୀ ବିମାନ ଆକ୍ରମଣରେ ମହିଳା ଏବଂ ଶିଶୁ ସମେତ ୩୬ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି ଏବଂ ୧୬୩ ଜଣ ଆହତ ହୋଇଛନ୍ତି। ଏହା ଏହି ଆକ୍ରମଣଗୁଡ଼ିକୁ ଅନ୍ତର୍ଜାତୀୟ ଆଇନ, ମାନବୀୟ ନୀତି ଏବଂ ଆଫଗାନିସ୍ତାନର ସାର୍ବଭୌମତ୍ୱର ଉଲ୍ଲଂଘନ ବୋଲି ବର୍ଣ୍ଣନା କରିଛି।
