ଆନ୍ଧ୍ରପ୍ରଦେଶ: ରାଜ୍ୟ ସ୍ୱାସ୍ଥ୍ୟ କମିଶନର ଜି. ବୀରପାଣ୍ଡିଆନଙ୍କ ସୂଚନା ଅନୁଯାୟୀ, ଜୁନ୍ ୨୬ରୁ ଜୁଲାଇ ୧୬ ମଧ୍ୟରେ ରାଜ୍ୟରେ ୧୨ ଜଣ କୋଭିଡ୍ରେ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ଘଟିଛି । ତେବେ ମୃତକମାନେ ପୂର୍ବରୁ ଉଚ୍ଚ ରକ୍ତଚାପ, ମଧୁମେହ ଓ କିଡନି ରୋଗ ଭଳି ଗୁରୁତର ରୋଗରେ ପୀଡ଼ିତ ଥିଲେ। ରାଜ୍ୟରେ ସର୍ବାଧିକ ୮ଟି ମାମଲା କଡ଼ପା ଜିଲ୍ଲାରୁ ଆସିଛି । ଏହାଛଡ଼ା ଗୁଣ୍ଟୁରରୁ ୨ଟି, ବିଶାଖାପାଟଣା ଓ କାକିନାଡାରୁ ଗୋଟିଏ ଲେଖାଏଁ ମାମଲା ଚିହ୍ନଟ ହୋଇଛି । ୨୦୨୬ ମସିହାରେ ଆନ୍ଧ୍ରପ୍ରଦେଶର ପ୍ରଥମ କୋଭିଡ୍ ମାମଲା କଡପା ଜିଲ୍ଲାରେ ୨୬ ଜୁନରେ ରିପୋର୍ଟ ହୋଇଥିଲା। ଏହା ପରେ ୧ ଜୁଲାଇରୁ ୧୬ ଜୁଲାଇ ମଧ୍ୟରେ ଆଉ ୧୧ ଟି ମାମଲା ସାମ୍ନାକୁ ଆସିଥିଲା। ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ କରିଛି ଯେ ସଂକ୍ରମିତ ରୋଗୀଙ୍କ ସଂସ୍ପର୍ଶରେ ଆସିବା ପରେ ଦୁଇଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ସାରା ଦେଶରେ ଜୁଲାଇ ୧ ତାରିଖରୁ ୩୩୯ ଜଣ କରୋନା ମାମଲା ରିପୋର୍ଟ ହୋଇଛି।
