ଭୁବନେଶ୍ୱର:ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ପରଲୋକ lଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ସୂଚନା ମିଳିଛି ।ସେ ଦୀର୍ଘଦିନ ହେବ ଗୁରୁତର ଅସୁସ୍ଥତାରେ ଥିଲେ lଆପୋଲୋ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଥିଲା କିନ୍ତୁ ଆଜି ସକାଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହୋଇଯାଇଥିଲା lମୃତ୍ୟୁ ବେଳଙ୍କୁ ତାଙ୍କୁ ମାତ୍ର ୫୩ ବର୍ଷ ବୟସ ହୋଇଥିଲା ।ସେ ବିଜୁ ଜନତା ଦଳର ଜଣେ ଟାଣୁଆ ନେତା ଥିଲେ । ପଶ୍ଚିମ ଓଡିଶାର ଭଟଲି ବିଧାନସଭା ଆସନରୁ ସେ ତିନି ଥର ବିଧାୟକ ଭାବେ ଜିତିଥିଲେ lବିଜେଡି ସରକାରରେ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦମଧ୍ୟ ମିଳିଥିଲା l୨୦୨୪ ନିର୍ବାଚନ ରେ ସେ ପରାଜିତ ହୋଇଥିଲେ ।ତାଙ୍କର ଏହି ଅକାଳ ବିୟୋଗ ପରେ ପଶ୍ଚିମ ଓଡିଶା ତଥା ବିଜେଡି ଶିବିରରେ ଶୋକର ଛାୟା ଖେଳିଯାଇଛି l
