ଭୁବନେଶ୍ୱର: ଆନ୍ତଃରାଜ୍ୟ ଏନଡ଼ିପିଏସ ଅପରାଧୀଙ୍କ ବିରୋଧରେ ଚାଲିଥିବା ଅଭିଯାନରେ ଅଭିଯୁକ୍ତ ସିବାରାମ ବିଶ୍ୱାଳ, ସିବାରାମ ପାତ୍ର ଓ ବ୍ରହ୍ମପୁରର ମଦ ବ୍ୟବସାୟୀ ମିଟୁ ଓରଫ ମନୋରଞ୍ଜନ ସାବତଙ୍କୁ ଏସଟିଏଫ ଗିରଫ କରିଛି । ସିବାରାମ ବିଶ୍ୱାଳଙ୍କ ଘରୁ ୩ ଲକ୍ଷ ୮୬ ହଜାର ନଗଦ ଟଙ୍କା, ମୋବାଇଲ ଫୋନ୍ ଏବଂ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି। ଅଭିଯୁକ୍ତମାନେ ଓଡ଼ିଶାରୁ ରାଜସ୍ଥାନ ସମେତ ଅନ୍ୟ ରାଜ୍ୟକୁ ବ୍ୟବସାୟିକ ପରିମାଣର ଗଞ୍ଜେଇ ଚୋରାଚାଲାଣ କରୁଥିଲେ | ପରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ । ଏସଟିଏଫ ପକ୍ଷରୁ ଅଭିଯୁକ୍ତମାନଙ୍କ ସମ୍ପତ୍ତି ଓ ଆର୍ଥିକ କାରବାରର ମଧ୍ୟ ତଦନ୍ତ ଆରମ୍ଭ କରାଯାଇଛି।
