ମୁମ୍ବାଇ:ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ବ୍ରାଣ୍ଡ୍ ଭାଲ୍ୟୁ ୩୦୦ ମିଲିୟନ ଡଲାର ଅର୍ଥାତ୍ ପ୍ରାୟ ୨୯୭୯ କୋଟି ଟଙ୍କା ଅତିକ୍ରମ କରିଛି।ହୁଲିହାନ ଲୋକି (Houlihan Lokey) ର ୨୦୨୬ ଆଇପିଏଲ୍ ବ୍ରାଣ୍ଡ୍ ଭାଲ୍ୟୁ ରିପୋର୍ଟ ଅନୁଯାୟୀ ଆଇପିଏଲ୍ର ମୋଟ ବ୍ୟବସାୟିକ ମୂଲ୍ୟ ଗତ ବର୍ଷ ତୁଳନାରେ ୧୧.୪% ବୃଦ୍ଧି ପାଇ ୨୦.୬ ବିଲିୟନ ଡଲାର (ପ୍ରାୟ ୧.୯୬ ଲକ୍ଷ କୋଟି ଟଙ୍କା) ହୋଇଯାଇଛି। ସେହିପରି କେବଳ ଆଇପିଏଲ୍ ବ୍ରାଣ୍ଡ୍ର ମୂଲ୍ୟ ୧୦.୩% ବୃଦ୍ଧି ପାଇ ୪.୩ ବିଲିୟନ ଡଲାର (ପ୍ରାୟ ୪୧,୦୦୦ କୋଟି ଟଙ୍କା) ରେ ପହଞ୍ଚିଛି।ଆରସିବି କ୍ରମାଗତ ଭାବେ ଆଇପିଏଲ୍ର ସବୁଠାରୁ ଭାଲ୍ୟୁଏବଲ୍ ଅର୍ଥାତ୍ ସବୁଠାରୁ ଦାମୀ ଦଳ ଭାବେ ବଜାୟ ରହିଛି। ଆରସିବିର ବ୍ରାଣ୍ଡ୍ ଭାଲ୍ୟୁ ଗତ ବର୍ଷ ତୁଳନାରେ ୧୬% ବୃଦ୍ଧି ପାଇ ପ୍ରାୟ ୨୯୭୯ କୋଟି ଟଙ୍କା ହୋଇଯାଇଛି। ବିଗତ ଏକ ବର୍ଷ ମଧ୍ୟରେ ଆରସିବି ର ବ୍ରାଣ୍ଡ୍ ଭାଲ୍ୟୁରେ ପ୍ରାୟ ୪୧୦ କୋଟି ଟଙ୍କା ବୃଦ୍ଧି ହୋଇଛି ।ଯାହାଫଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ୍ର ପ୍ରଥମ ଦଳ ଭାବରେ ରେକର୍ଡ ସୃଷ୍ଟି କରିଛି , ଯାହାର ବ୍ରାଣ୍ଡ୍ ଭାଲ୍ୟୁ ୩୦୦ ମିଲିୟନ ଡଲାର ଅତିକ୍ରମ କରିଛି।
