ଭୁବନେଶ୍ୱର: ଆସନ୍ତାକାଲି ନୟାଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କରେ ମାନ୍ୟବର ସମବାୟ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତଙ୍କ ପରିଦର୍ଶନ ଏବଂ ବ୍ୟାଙ୍କର କାର୍ଯ୍ୟଦକ୍ଷତା ସମୀକ୍ଷା କାର୍ଯ୍ୟକ୍ରମ ରହିଥିଲା। ଏହି ଗସ୍ତକୁ ନେଇ ସମସ୍ତ ପ୍ରସ୍ତୁତି ପ୍ରାୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ହଠାତ୍ ଗସ୍ତ ବାତିଲ ହୋଇଥିବା ସୂଚନା ମିଳିଛି l ଏହି ଅପ୍ରତ୍ୟାଶିତ ନିଷ୍ପତ୍ତିକୁ ନେଇ ସମବାୟ ମହଲରେ ବିଭିନ୍ନ ପ୍ରଶ୍ନ ଉଠୁଛି। ବିଶେଷକରି ଗସ୍ତ ବାତିଲର କାରଣ, ସମୀକ୍ଷା ବୈଠକ ଅନ୍ୟ କୌଣସି ତାରିଖକୁ ସ୍ଥଗିତ ହୋଇଛି କି ନାହିଁ ଏବଂ ଏ ସମ୍ପର୍କରେ ସରକାରଙ୍କ ପକ୍ଷରୁ କୌଣସି ସରକାରୀ ସ୍ପଷ୍ଟୀକରଣ ରହିଛି କି ନାହିଁ, ତାହା ଜାଣିବାକୁ ସମସ୍ତଙ୍କ ଆଗ୍ରହ ଦେଖା ଦେଇଛି। ସମବାୟ କ୍ଷେତ୍ର ସହ ଜଡ଼ିତ ସମସ୍ତଙ୍କ ସ୍ୱାର୍ଥରେ ଏହି ଗସ୍ତ ବାତିଲ ସମ୍ପର୍କରେ ସମ୍ପୃକ୍ତ ବିଭାଗ ପକ୍ଷରୁ ଏକ ସ୍ପଷ୍ଟ ଏବଂ ଆନୁଷ୍ଠାନିକ ବିବୃତ୍ତି ପ୍ରକାଶ କରାଗଲେ ସମସ୍ତ ସନ୍ଦେହ ଦୂର ହୋଇପାରିବ l
