ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୨୨ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇ ଅକ୍ଟୋବର ୩ ପର୍ଯ୍ୟନ୍ତ ଚାଲିବ। ମୋଟ ୯ଟି କାର୍ଯ୍ୟଦିବସ ବିଶିଷ୍ଟ ଏହି ଅଧିବେଶନରେ ରାଜ୍ୟର ବିଭିନ୍ନ ଜନସ୍ୱାର୍ଥ ପ୍ରସଙ୍ଗ, ସରକାରୀ ବିଲ୍, ପ୍ରଶ୍ନକାଳ ଓ ଆଲୋଚନା ଗୁରୁତ୍ୱ ପାଇବାର ସମ୍ଭାବନା ରହିଛି। ବିଧାନସଭା ସଚିବାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବିତ ବୈଠକ କ୍ୟାଲେଣ୍ଡର ପଠାଯାଇଛି। ଏହି ଅଧିବେଶନରେ ମୋଟ ୯ଟି କାର୍ଯ୍ୟ ଦିବସ ରହିଥିବା ବେଳେ ଗୋଟିଏ ଛୁଟି ଏବଂ ଦୁଇଟି ‘ନୋ ମିଟିଂ’ ଦିନ ରହିଛି। ସରକାର ଏହି ତାରିଖକୁ ସମ୍ମତି ଦେଲେ, ଅଧିବେଶନ ଆହ୍ୱାନ ପାଇଁ ରାଜ୍ୟପାଳଙ୍କ ଅନୁମୋଦନ ନିଆଯିବ।
