ଭୁବନେଶ୍ୱର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ସିଙ୍ଗାରି ପଞ୍ଚାୟତ ଖରଯୋଡ଼ା ଗାଁରେ ବଲାଙ୍ଗୀର ପୁଲିସର ବଡ଼ ଧରଣର ରେଡ୍ ହୋଇଛି। ଚଢ଼ାଉ କରି ବିପୁଳ ପରିମାଣର ସୁନା ଓ ରୁପା ସାମଗ୍ରୀ ଜବତ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଜବତ ସୁନା ଓ ରୁପା ସାମଗ୍ରୀର ଓଜନ ୫ କିଲୋରୁ ଅଧିକ ପରିମାଣର ହୋଇପାରେ । ତେବେ ସଠିକ୍ ଓଜନ ସୂଚନା ମିଳିନାହିଁ । ପୂର୍ବରୁ କଲ୍ୟାଣସିଂହପୁର ଥାନା ସିଙ୍ଗାରି ପଞ୍ଚାୟତ ଖରଯୋଡ଼ା ଗ୍ରାମର ୨ ଜଣ ବରବିଲ ନାୟକ (ବାଗ) ଏବଂ ରାଜେଶ ବାଗଙ୍କୁ ଅଟକ ରଖି ପଚରାଉଚରା ପରେ ଆଜି ସମ୍ପୃକ୍ତ ଘଟଣାକୁ ନେଇ ସେହି ଦୁଇଜଣଙ୍କ ଘର ସହିତ କାଶୀପୁର ଥାନା ଗଡିବାଲି ପଞ୍ଚାୟତ ପଣସଗୁଡା ଗ୍ରାମର ହରିଶ୍ଚନ୍ଦ୍ର ନାଏକ ଓ ଅନ୍ୟ ଜଣେ ଅପରିଚିତ ଯୁବକଙ୍କୁ ଘରୁ ଉଠାଇ ନେବା ସହ ପୁଲିସ ଏହି ଘଟଣାକୁ ନେଇ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ ନ କରି ଅନୁସନ୍ଧାନ ପରେ ତଥ୍ୟ ପ୍ରଦାନ କରାଯିବ ବୋଲି କହିଛି I
