ଗୋପାଳପୁର ବେଳାଭୂମି: ଓଡ଼ିଶା ରାଜ୍ୟ ସମବାୟ ୟୁନିଅନ, ଭୁବନେଶ୍ୱର ଅଧୀନସ୍ଥ ସମବାୟ ପରିଚାଳନା ପ୍ରତିଷ୍ଠାନ, ଗୋପାଳପୁର ବେଳାଭୂମି ଆନୁକୂଲ୍ୟରେ ହସ୍ତତନ୍ତ ବୁଣାକାର ସମବାୟ ସମିତିଗୁଡ଼ିକର ପରିଚାଳନା ପରିଷଦର ସଭ୍ୟମାନଙ୍କ ପାଇଁ ଦକ୍ଷତା ବିକାଶ ସମବାୟ ତାଲିମ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି।ଏହି ତାଲିମ କାର୍ଯ୍ୟକ୍ରମରେ ସମବାୟ ସମିତିର ସୁଶାସନ, ପରିଚାଳନା ବ୍ୟବସ୍ଥା, ପରିଚାଳନା ପରିଷଦର ଭୂମିକା ଓ ଦାୟିତ୍ୱ, ସମବାୟ ଆଇନ ଓ ନିୟମାବଳୀ, ଆର୍ଥିକ ପରିଚାଳନା, ହସ୍ତତନ୍ତ କ୍ଷେତ୍ରର ବିକାଶ ଏବଂ ସଦସ୍ୟମାନଙ୍କ ଦକ୍ଷତା ବୃଦ୍ଧି ଭଳି ବିଭିନ୍ନ ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା।ବୁଣାକାର ସମବାୟ ସମିତିଗୁଡ଼ିକୁ ଅଧିକ ସୁଦୃଢ଼, ସ୍ୱଚ୍ଛ, ଦକ୍ଷ ଓ ସଦସ୍ୟକୈନ୍ଦ୍ରିକ କରିବା ସହିତ ପରିଚାଳନା ପରିଷଦର ସଭ୍ୟମାନଙ୍କ ନେତୃତ୍ୱ ଓ ପରିଚାଳନାଗତ ଦକ୍ଷତା ବୃଦ୍ଧି କରିବା ଏହି ତାଲିମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।କାର୍ଯ୍ୟକ୍ରମରେ ତାଲିମାର୍ଥୀମାନେ ସକ୍ରିୟ ଭାବେ ଯୋଗଦେଇ ସମବାୟ କ୍ଷେତ୍ରର ବିଭିନ୍ନ ସମସ୍ୟା, ସମ୍ଭାବନା ଓ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ଏଭଳି ତାଲିମ କାର୍ଯ୍ୟକ୍ରମ ହସ୍ତତନ୍ତ ଓ ବୁଣାକାର ସମବାୟ କ୍ଷେତ୍ରକୁ ଅଧିକ ଗତିଶୀଳ କରିବାରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା।
