ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟ ତଥା ଜାତୀୟ ସ୍ତରୀୟ କ୍ଷୁଦ୍ର ଚଳଚିତ୍ର ବା ନ୍ୟାସନାଲ ସର୍ଟ ଫିଲ୍ମ ଫେଷ୍ଟିଭାଲ୍ “ସାମର୍ଥ୍ୟ-୨୦୨୬” ଆରମ୍ଭ ହୋଇଯାଇଛି | ରାଜ୍ୟ ତଥା ଜାତୀୟ ସ୍ତରର ୬୪ ଟି ଫିଲ୍ମ ଏଠାରେ ପ୍ରଦର୍ଶିତ ହୋଇଥିବା ବେଳେ ୩୪ଟି ଫିଲ୍ମକୁ ନିଜର ସ୍ୱତନ୍ତ୍ର କାହାଣୀ ପାଇଁ ପୁରସ୍କୃତ କରାଯାଇଛି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ହେଉଥିବା ବେଳେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କର ପ୍ରେରଣାଦାୟୀ ସଫଳତାର କାହାଣୀକୁ ନେଇ ଆୟୋଜିତ ହୋଇଛି ଜାତୀୟ ସ୍ତରୀୟ ଏହି ସର୍ଟ ଫିଲ୍ମ ଫେଷ୍ଟିଭାଲ୍ । ଭୁବନେଶ୍ୱର ର Institute of Minerals and Materials Technology (ଖଣିଜ ଏବଂ ପଦାର୍ଥ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ) ରେ ଆୟୋଜିତ ହୋଇଥିବା ଏହି କ୍ଷୁଦ୍ର ଚଳଚ୍ଚିତ୍ର ଉତ୍ସବରେ ଦିବ୍ୟାଙ୍ଗ ମାନଙ୍କ ଜୀବନ କାହାଣୀକୁ ନେଇ ସ୍ଵତନ୍ତ୍ର ଭାବେ ପ୍ରସ୍ତୁତ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା । ସାମର୍ଥ୍ୟ ୨୦୨୬ ରେ ୬୪ କ୍ଷୁଦ୍ର ଫିଲ୍ମ ପ୍ରଦର୍ଶିତ ହୋଉଥିବା ବେଳେ ୧୪ ଟି ଜାତୀୟ ଓ ୨୦ ଟି ରାଜ୍ୟର ଫିଲ୍ମ ସାମିଲ ହୋଇଥିବା ବେଳେ ସମୁଦାୟ ୩୪ ଟି ଫିଲ୍ମକୁ ପୁରସ୍କାର ମିଳିଛି । ପ୍ରଯୋଜକ ଓ ନିର୍ଦ୍ଦେଶକ ନିଜର କାହାଣୀକୁ ଡକ୍ୟୁମେଣ୍ଟ୍ରି ଫିଲ୍ମ ମାଧ୍ୟମରେ ପ୍ରଦର୍ଶିତ କରିଥିଲେ ଅର୍ଥାତ ୨ ମିନିଟ ରୁ ୫ ମିନିଟ ଅବଧିର ସିନେମା ମହୋତ୍ସବ ରେ ସ୍ଥାନିତ ହୋଇଥିଲା । ଶ୍ରେଷ୍ଠ ଚଳଚିତ୍ରକୁ ୧୦ ଲକ୍ଷର ପ୍ରୋତ୍ସାହନ ରାଶି ମିଳିଛି । ଓଡିଶା ସରକାର ଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସହ ଅନୁବନ୍ଧିତ ହୋଇ ଆର ଆର ଇଭେଣ୍ଟ ଏହି କାର୍ଯ୍ୟକ୍ରମ କରୁଥିବା ବେଳେ ଚଳଚିତ୍ରର ଚୟନ ପ୍ରକ୍ରିୟାରେ ଆଗକୁ ଯାଇ କେବଳ ସଟ କି ଡକ୍ୟୁମେଣ୍ଟ୍ରି ନୁହେଁ ଆଗକୁ ମିଡ଼ ଲେନଥ ସିନେମାକୁ ସ୍ଥାନିତ କରିବାକୁ ପ୍ରସ୍ତାବ ଦେଇଛନ୍ତି ଆୟୋଜକ । ଆଞ୍ଚଳିକ ଓ ଜାତୀୟ ଦୁଇ ସ୍ତରରେ ଚଳଚିତ୍ରକୁ ସମ୍ମାନିତ କରାଯାଇଛି । ୧୨ରୁ ଉର୍ଦ୍ଧ୍ୱ କାଟାଗୋରୀ ଫିଲ୍ମକୁ ଏଥିରେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ସମ୍ମାନିତ କରାଯାଇଛି । ଏହା ଦ୍ୱିତୀୟ ସଂସ୍କରଣ ହୋଇଥିବା ବେଳେ ୬ ଜଣ ଜୁରୀ ମେମ୍ବର ଚଳଚ୍ଚିତ୍ର ଜଗତର ବରିଷ୍ଠ ଓ ଅଭିଜ୍ଞ ଅଭିନେତା ଓ ସମୀକ୍ଷକ ଏହି ପ୍ରଦର୍ଶନ ରେ ସାମିଲ ହୋଇ ଶ୍ରେଷ୍ଠ ଚଳଚ୍ଚିତ୍ର ଚୟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଭୁବନେଶ୍ୱର ମେୟର ସୁଲୋଚନା ଦାସ କହିଛନ୍ତି, ”ଭିନ୍ନକ୍ଷମ ବ୍ୟକ୍ତିଙ୍କ ପ୍ରତିଭା ପ୍ରଦର୍ଶନର ଏହା ଏକ ନିଆରା ଉତ୍ସ ବା ମହୋତ୍ସବ ହୋଇଥିବା ବେଳେ ଦିବ୍ୟାଙ୍ଗ ପ୍ରତିଭାକୁ ବିଶ୍ୱସ୍ତରରେ ପହଞ୍ଚାଇବା ଓ ସମାଜର ମୁଖ୍ୟ ସ୍ରୋତରେ ସେମାନଙ୍କୁ ସାମିଲ କରିବା ପାଇଁ ସିନେମା ମାଧ୍ୟମରେ ସେମାନଙ୍କ କାହାଣୀ ଏକ ଭିନ୍ନ ଓ ଅନନ୍ୟ ପ୍ରତିଭା ପଦର୍ଶନ ର ବାହକ ବୋଲି କହିଛନ୍ତି। ଯାହା ସେମାନଙ୍କର ସ୍ଵତନ୍ତ୍ର ତାକୁ ପ୍ରତିପାଦିତ କରେ ଆଉ ସମସ୍ତଙ୍କ ସମ୍ମୁଖରେ ତାଙ୍କୁ ସକ୍ଷମ ବୋଲି ପ୍ରମାଣିତ କରେ ।”
