ନୂଆଦିଲ୍ଲୀ:ନୂଆଦିଲ୍ଲୀସ୍ଥିତ NCUI Governing Council ନିର୍ବାଚନର Constituency ଓ ପ୍ରତିନିଧିତ୍ୱକୁ ନେଇ ଓଡ଼ିଶା ପକ୍ଷରୁ ଉଠାଯାଇଥିବା ଆପତ୍ତି ଉପରେ ମାନ୍ୟବର ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଆସିଛି ସମ୍ପୃକ୍ତ ପକ୍ଷମାନଙ୍କୁ ୨୧ ଅକ୍ଟୋବର ସୁଦ୍ଧା ନିଜ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।ବିହାରର ସମବାୟ Federationର ଆଇନଗତ ସ୍ଥିତି ଏବଂ ତାହାକୁ ନିର୍ବାଚନୀ Constituencyରେ ସାମିଲ କରାଯିବାକୁ ନେଇ ଓଡ଼ିଶା ପକ୍ଷରୁ ପ୍ରଶ୍ନ ଉଠାଯାଇଛି।NCUI Bye-laws ଓ ସମବାୟ ଆଇନ ଅନୁଯାୟୀ ନ୍ୟାୟସଙ୍ଗତ ପ୍ରତିନିଧିତ୍ୱ ନିଶ୍ଚିତ କରିବାକୁ ଓଡ଼ିଶା ପକ୍ଷରୁ ଦାବି କରାଯାଇଛି।ଏହି ମାମଲାରେ ଉଠିଥିବା ଅଭିଯୋଗର ଆଇନଗତ ସତ୍ୟତା ମାନ୍ୟବର ଅଦାଲତଙ୍କ ବିଚାରାଧୀନ ରହିଛି lଓଡ଼ିଶାର ସମବାୟ ଅଧିକାର ଓ ନ୍ୟାୟସଙ୍ଗତ ପ୍ରତିନିଧିତ୍ୱ ପାଇଁ ଆଇନଗତ ପଦକ୍ଷେପ ଜାରି ରହିବ ବୋଲି ସୂଚନା l
