ପୁରୀ :ଆଜି ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ପରିଚାଳନା କମିଟି ବୈଠକରେ ରତ୍ନ ଅଳଙ୍କାର ଗଣତିମଣତି, ଶ୍ରୀଗୁଣ୍ଡିଚା ମନ୍ଦିର ଦର୍ଶନ, ଭକ୍ତ ନିବାସ ପାର୍କିଂ ବୃଦ୍ଧି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି । ଶ୍ରୀଜୀଉଙ୍କ ରତ୍ନ ଅଳଙ୍କାର ଗଣତି ମଣତି ନେଇ ପ୍ରସ୍ତୁତ୧୧ ପୃଷ୍ଠା ସମ୍ବଳିତ ମାର୍ଗଦର୍ଶିକା ଅନୁମୋଦିତ ହୋଇଛି । ପରବର୍ତ୍ତୀ ପର୍ଯ୍ୟାୟରେ ଏହା ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ । ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଗଣତିମଣତି କରାଯିବ । ବୈଠକରେ ଭକ୍ତ ନିବାସ ପାର୍କିଂ ଫି ବୃଦ୍ଧିକୁ ନେଇ ଲାଗି ରହିଥିବା ବିବାଦର ଅନ୍ତ ଘଟିଛି । ପରିଚାଳନା କମିଟି ବୈଠକରେ ୪ଟି ଭକ୍ତ ନିବାସରେ ପାର୍କିଂ ଫି’ ୫୦୦ରୁ ୨୪୦ ଟଙ୍କାକୁ ହ୍ରାସ କରାଯାଇଛି ।
