ଭୁବନେଶ୍ୱର:ଚାଷୀ ସୁରକ୍ଷା ସମାବେଶରେ ସରକାର ଙ୍କୁ କଡା ସମାଲୋଚନା କରିଛନ୍ତି ନବୀନ ପଟ୍ଟନାୟକ ।ସେ କହିଛନ୍ତି ବିଜେପି ସରକାର ବଡ଼ ବଡ଼ କଥା କହୁଛି, କେବଳ କଥା କହୁଛନ୍ତି, କିଛି କାମ କରୁନାହାନ୍ତି । ‘ନିର୍ବାଚନ ସମୟରେ ବହୁତ ବଡ଼ ବଡ଼ କଥା କହୁଥିଲେ’ । ସରକାରଙ୍କ ଦୁଇ ବର୍ଷ ପୂରଣ ହେବ । କିଛି ନିଷ୍ପତ୍ତି ନେଇପାରୁ ନାହାନ୍ତି । ନିର୍ବାଚନ ସମୟରେ ବହୁତ କହୁଥିଲେ, ହେଲେ କିଛି କଲେନି । ଏ ସରକାର ସ୍ଲୋଗାନ ଦେଉଛି ଜୟ କିଷାନ, କିନ୍ତୁ କାମରେ ଭାଗୋ କିଷାନ ।ସରକାର କାହାଣୀ ରେ ଚାଲେନି,କାମ ଦରକାର । ଲୋକ ସେବା ଚାହାଁନ୍ତି ନେତାଙ୍କ ପ୍ରବଚନ ନୁହେଁ। ଚାଷୀଙ୍କ ସମସ୍ୟା ସମାଧାନ ନକଲେ ବିଜେଡି ଏ ସରକାରର କୁମ୍ଭ କର୍ଣ୍ଣ ନିଦ ହଜେଇଦେବ। ବିଜେଡି ସରକାର ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ବଜେଟ କରିଥିଲା । କାଳିଆ ଯୋଜନା କରିଥିଲା। ଋଣ ସୁବିଧା କରିଥିଲା। ଜଳସେଚନ ସୁବିଧା କରିଥିଲା । ହେଲେ ଏ ଡବଲ ଇଞ୍ଜିନ ସରକାର କରିଛି କଣ? ଚାଷୀ କୁ ସାର ମିଳିଲାନି। ଧାନ ଵି ସରକାର କିଣୁନାହାନ୍ତି lକଟନୀ ଛଟନୀ ବଢ଼ି ଚାଲିଛି। ଚାଷୀ ଠିକ ସମୟ ରେ ପଇସା ପାଉନି। ଅଭିଯୋଗ କଲେ ଚାଷୀ ମିଛ କହୁଛି ବୋଲି ସରକାର କହୁଛନ୍ତି। ଚାଷୀଙ୍କ ସମସ୍ୟା ନେଇ ସରକାରଙ୍କୁ ମୁଁ ଚିଠି ଲେଖିଥିଲି। ନିର୍ବାଚନ ପ୍ରତିଶ୍ରୁତି ଆନ୍ତରିକତା ସହ ପାଳନ କରିବାକୁ ଅନୁରୋଧ କରିଥିଲି।ଗତ ଆଠ ଦିନ ହେଲା ଚାଷୀଙ୍କ ସମସ୍ୟା ପାଇଁ ବିଜେଡି ଆସ୍ମ୍ୱେଲିରେ ଲଢୁଛି । ସେହିପରି ଆଇନ ଶୃଙ୍ଖଳା କଥା ନ କହିବା ଭଲ। ଏ ରାଜ୍ୟରେ କେହିବି ନିରାପଦ ନୁହନ୍ତି । ଚାଷୀ ତାର ହକ ପାଉନି । ମା’ ମାନଙ୍କୁ ସୁରକ୍ଷା ମିଳୁନି । ଯୁବ ସମାଜକୁ ରୋଜଗାର ମିଳୁନି । ଲୋକଙ୍କୁ ସେବା ଦରକାର, ନେତା ଙ୍କ ପ୍ରବଚନ ନୁହେଁ ବୋଲି ଶୁଣାଇଦେଇଛନ୍ତି ନବୀନ ।
