ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ୱରର ବେସରକାରୀ ସ୍କୁଲ ବିଜେଇଏମ୍ (BJEM) ଦୁଇଟି ସୋସାଇଟି ଅଧୀନରେ ଚାଲୁଥିବା ନେଇ ଗୁରୁତର ଅଭିଯୋଗ ଆଣିଛି ସ୍କୁଲ ଅବିଭାବକ ସଂଘ। ଏହି ଘଟଣାକୁ ନେଇ ଶିକ୍ଷା ମହଲରେ ଚର୍ଚ୍ଚା ଜୋର ଧରିଛି।ଅବିଭାବକ ସଂଘର ଅଭିଯୋଗ ଅନୁସାରେ, ୪,୭୦୦ରୁ ଅଧିକ ଅବିଭାବକଙ୍କ ଉପରେ ପ୍ରତିବର୍ଷ ଅନିୟମିତ ଓ ଅତ୍ୟଧିକ ଫି ବୃଦ୍ଧିର ବୋଝ ଲଦାଯାଉଛି। ୨୦୧୫ ମସିହାଠାରୁ ଲାଗାତାର ୧୫%ରୁ ୨୦% ପର୍ଯ୍ୟନ୍ତ ଚକ୍ରବୃଦ୍ଧି ସୁଧ ଭଳି ଫି ବୃଦ୍ଧି କରାଯାଉଥିବା ସଂଘ ଦାବି କରିଛି। କିନ୍ତୁ ଏହା ସମ୍ପର୍କରେ ସ୍କୁଲ ପକ୍ଷରୁ କୌଣସି ଆର୍ଥିକ ହିସାବ ପ୍ରକାଶ କରାଯାଉନାହିଁ।ଅଭିଯୋଗ ଆହୁରି ରହିଛି ଯେ, କେବଳ ନିଜ ପସନ୍ଦର ୨୦ ଜଣ ଅବିଭାବକଙ୍କୁ ନେଇ ଏକ କମିଟି ଗଠନ କରାଯାଇ ସମସ୍ତ ନିଷ୍ପତ୍ତି ନିଆଯାଉଛି। ଯେତେବେଳେ ଅବିଭାବକମାନେ ପ୍ରତିବାଦ କରୁଛନ୍ତି, ସେତେବେଳେ ମିଛ ଫେସବୁକ୍ ଆକାଉଣ୍ଟ ତିଆରି କରି ନିଜେ କମେଣ୍ଟ ଲେଖିବା, ଏବଂ ସିଭିଲ କୋର୍ଟରୁ ସ୍କୁଲ ଗେଟ୍ ଆଗରେ ଧରଣା ନ କରିବା ପାଇଁ ଷ୍ଟେ ଆଣିବା ଭଳି ଅଭିଯୋଗ ହୋଇଛି।ଅବିଭାବକ ସଂଘର ସମ୍ପାଦକ ଶ୍ରୀ ନିତ୍ୟାନନ୍ଦ ବେହେରା କହିଛନ୍ତି ଯେ, ରାଜ୍ୟର ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଓ ଓଡ଼ିଶା ସ୍କୁଲ କମିଟି ସବୁକିଛି ଜାଣି ସୁଣି ନିରବଦ୍ରଷ୍ଟା ସାଜିଛନ୍ତି। “ଟଙ୍କା ପାଖରେ ଆଇନ କାନୁନ ବନ୍ଧା ପଡ଼ିଛି,” ବୋଲି ସେ ଅଭିଯୋଗ କରିଛନ୍ତି।ହାଇକୋର୍ଟର କେସ ଥିବା ସତ୍ତ୍ୱେ ଚଳିତ ବର୍ଷ ଫୀ ବୃଦ୍ଧି ପ୍ରକ୍ରିୟା କୁ ନେଇ ମଧ୍ୟ ସଂଘ ପ୍ରଶ୍ନ ଉଠାଇଛି। ଏକ ନିର୍ଦ୍ଦିଷ୍ଟ ରାଜନୈତିକ ନେତୃତ୍ୱର ଆଶୀର୍ବାଦରେ ସ୍କୁଲ ଚାଲୁଥିବା ଓ “ମୁଁ ମାଲିକ” ବୋଲି ଖୋଲାମେଳା କଥା କହାଯାଉଥିବା ଦାବି ମଧ୍ୟ କରାଯାଇଛି।ଜିଲ୍ଲାପାଳ ସ୍ତରରେ ତଦନ୍ତ ନ ହେବା ଓ ଦଳ ବଦଳ କରି କରି ରାଜନୈତିକ ସୁରକ୍ଷା ନେବା ଅଭିଯୋଗ ସହ, ଚଳିତ ବର୍ଷ ପୁଣି ୨୦% ଫି ବୃଦ୍ଧି ହେବାର ଆଶଙ୍କା କରାଯାଇଛି।ଡବଲ ଇଞ୍ଜିନ ସରକାର ଆସିବା ପରେ ନ୍ୟାୟ ମିଳିବ ବୋଲି ଅବିଭାବକମାନେ ଆଶା କରିଥିଲେ, କିନ୍ତୁ ପରିସ୍ଥିତି ରହିଛି—“ଯଥା ପୂର୍ବଂ, ତଥା ପରଂ।”
