ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ । ଏହି ବୈଠକରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କନକବର୍ଦ୍ଧନ ସିଂହଦେଓଙ୍କ ସମେତ ସମସ୍ତ ବିଧାୟକମାନେ ଉପସ୍ଥିତ ଥିଲେ । ବୈଠକରେ ରାଜ୍ୟସଭା ନିର୍ବାଚନ ନେଇ ଆଲୋଚନା ହୋଇଥିଲା । ହୋଲି ପରଦିନ ଅର୍ଥାତ୍ ରାଜ୍ୟସଭା ନିର୍ବାଚନର ନାମାଙ୍କନ ଦାଖଲର ଶେଷ ଦିନରେ ବିଜେପି ସମର୍ଥିତ ତିନି ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ । ତେବେ ଏ ଯାଏ ଦଳ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରିନାହିଁ । ଖୁବଶୀଘ୍ର ସଂସଦୀୟ ବ୍ୟାପାର କମିଟି ନିଷ୍ପତ୍ତି ନେବ । ୩ ପ୍ରାର୍ଥୀଙ୍କ ପାଇଁ ନାମାଙ୍କନ ପତ୍ରରେ ସମସ୍ତ ୮୦ ଜଣ ବିଧାୟକଙ୍କ ଦସ୍ତଖତ ନିଆଯାଇଛି । ସମସ୍ତ ବିଧାୟକମାନେ ନାମାଙ୍କନ ଦାଖଲ ଦିନ ଉପସ୍ଥିତ ରହିବେ ବୋଲି ସନ୍ତୋଷ ଖଟୁଆ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ସୋମବାର ଦିନ ବିଜେପି ମୋଟ ୧୬ଟି ନାମାଙ୍କନ ଫର୍ମ କିଣିଛି । ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନଙ୍କ ସହିତ ୫ ଜଣ ବିଧାୟକ ଯାଇ ବିଧାନସଭାରୁ ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ପତ୍ରର ୧୬ଟି ସେଟ୍ କିଣିଛନ୍ତି ।
