ଭୁବନେଶ୍ୱର: ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ବିଜେପି ରାଜ୍ୟସଭା ନିର୍ବାଚନ ପାଇଁ ଦୁଇ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ସାଂସଦ ସୁଜିତ କୁମାରଙ୍କ ନାମରେ କେନ୍ଦ୍ର ସଂସଦୀୟ ବ୍ୟାପାର କମିଟି ମୋହର ମାରିଛି । ବିଜେପି ସୋମବାର ବିଧାନସଭାରୁ ୧୬ ସେଟ୍ ନାମାଙ୍କନ ପତ୍ର ନେଇସାରିଛି । ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନଙ୍କ ସହ ଆଶ୍ରିତ ପଟ୍ଟନାୟକ, ଦୁଷ୍ମନ୍ତ ସ୍ୱାଇଁ, ରଘୁନାଥ ଜଗଦଲା ଏବଂ ପ୍ରତାପ ନାୟକ ୧୬ ସେଟ୍ ନାମାଙ୍କନ ପତ୍ର କିଣିଛନ୍ତି । ଯଦିଓ ଦଳ ପାଖରେ ଦୁଇଟି ଆସନ ପାଇଁ ସଂଖ୍ୟା ରହିଛି ତେବେ ୧୬ ସେଟ୍ ନାମାଙ୍କନ ପତ୍ର କିଣିବା ନେଇ ଚର୍ଚ୍ଚା ବଢିଛି । ଚର୍ଚ୍ଚା ହେଉଛି ଦଳ ୩ ଜଣଙ୍କୁ ରାଜ୍ୟସଭା ପଠାଇବ ଚତୁର୍ଥ ସେଟ୍ଟି ଜଣେ ଡମି କ୍ୟାଣ୍ଡିଡେଟ୍ ପାଇଁ ।
