ଭୁବନେଶ୍ୱର:ମାଧ୍ୟମିକ ଶିକ୍ଷା ପ୍ରଦାନ ନିମନ୍ତେ ରାଜ୍ୟ ସରକାରଙ୍କ ଏନ୍ଓସି ପାଇବା ପରେ ସିବିଏସ୍ଇ ଅନୁବନ୍ଧିତ ହେବାପାଇଁ ଥିବା ପୁର୍ବ ନିଷ୍ପତ୍ତି କୁ ସିବିଏସ୍ଇ କର୍ତ୍ତୃପକ୍ଷ ଚଞ୍ଚକତା କରି ଏକତରଫା ଭାବରେ ବଦଳାଇ ଜାନୁଆରୀ ୨୦୨୫ ରେ ଏକ ନୂଆ ନିର୍ଦ୍ଧେଶାନାମା ଜାରି କରିଛନ୍ତି ଯେଉଁଥିରେ ଉଲ୍ଲେଖ ଅଛି ଶିକ୍ଷା ବର୍ଷ ୨୬-୨୭ ରୁ ସିବିଏସ୍ଇ ଅନୁବନ୍ଧିତ ପାଇବାକୁ ହେଲେ ରାଜ୍ୟ ସରକାରଙ୍କ ଏନ୍ଓସି ନଥାଇ ମଧ୍ୟ ଆବେଦନ କରିହେବ,ଏହି ନିଷ୍ପତ୍ତି କୁ ନ୍ୟାସନାଲ ପ୍ୟାରେଣ୍ଟ୍ ଫେଡେରେସନ୍ ତରଫରୁ ଦୃଢ଼ ବିରୋଧ କରାଯାଇ ଗଣଶିକ୍ଷା ସଚିବଙ୍କୁ ଅଭିଯୋଗ ପତ୍ର ଦିଆଯାଇଛି ବୋଲି ଫେଡେରେସନ୍ ସଭାପତି ଶ୍ରୀ ଭୁମୋହନ ବେବର୍ତ୍ତା ପଟ୍ଟନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି।ଏଠାରେ ଉଲ୍ଲେଖଯୋଗ୍ୟ ଯେ ବେସରକାରୀ ବିଦ୍ୟାଳୟ ରେ ପ୍ରାଥମିକ ଶିକ୍ଷା ପ୍ରଦାନ ପରେ ମାଧ୍ୟମିକ ଶିକ୍ଷା ପ୍ରଦାନ ନିମନ୍ତେ ଗଣଶିକ୍ଷା ବିଭାଗ ତରଫରୁ ଜାରି ସ୍ଵତନ୍ତ୍ର ଅଧୀନୀୟମ ୧୯୯୬,୧୯୯୮ ଏବଂ ୨୦୧୩ ମସିହାରେ ଧାର୍ଯ୍ୟ ବିଭିନ୍ନ ନିତୀ ନୀୟମ ଅନୁଯାୟୀ ଏନ୍ଓସି ପ୍ରଦାନ କରାଯାଏ,ଏହି ନିୟମାବଳୀ ଅନୁଯାୟୀ ବିଦ୍ୟାଳୟ ର ଜମି, ଶ୍ରେଣୀ ଗୃହ, ସୁରକ୍ଷା, ନିରାପତ୍ତା, ପରିଷ୍କାର ପରିଚ୍ଛନ୍ନତା,ଶିକ୍ଷକ ମାନଙ୍କ ପାଇଁ ଧାର୍ଯ୍ୟ ଯୋଗ୍ୟତା,ଖୋଳ ପଡିଆ ଇତ୍ୟାଦି ପାଇଁ ମାପ ଦଣ୍ଡ ଅଛି ଏସବୁ ସର୍ତ୍ତାବଳୀ ପୁରଣ ପରେ ରାଜ୍ୟସରକାରଙ୍କ ତରଫରୁ ଏନ୍ଓସି ପ୍ରଦାନ କରାଯାଏ, ଏହାପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ସିବିଏସ୍ଇ ଅନୁବନ୍ଧିତ ପାଇବାପାଇଁ ଆବେଦନ କରନ୍ତି, କିନ୍ତୁ ଜାନୁଆରୀ ୨୦୨୫ ରେ କର୍ତ୍ତୃପକ୍ଷ ଚିଠି ନଂ CBSE/AFF/MISC/NOC/2025 ତା ୨୦/୦୨/୨୫ ରେ ଏହାକୁ ଏକତରଫା ଭାବରେ ପରିବର୍ତ୍ତନ କରି ଅନୁବନ୍ଧିତ ପାଇଁ ଏନ୍ଓସି ବାଧ୍ୟତାମୂଳକ ନୁହେଁ ବୋଲି ଦର୍ଶାଇଛନ୍ତି, ଏଠାରେ ଉଲ୍ଲେଖ କରାଯାଏ କି ଶିକ୍ଷା ଅଧିକାର ଆଇନ୍ ଅନୁଯାୟୀ ଶିକ୍ଷା ହେଉଛି ସଂପୂର୍ଣ୍ଣ ରୁପରେ ରାଜ୍ୟ ସରକାରଙ୍କ କର୍ତ୍ତୃତ୍ୟାଧିନ, ସିବିଏସ୍ଇ ହେଉଛି ପରୀକ୍ଷା ନିୟନ୍ତ୍ରକ ସଂସ୍ଥା,ସିବିଏସ୍ଇ କେଉଁ ଆଇନ୍ ଅନୁଯାୟୀ ଏହି ନିର୍ଦ୍ଦେଶନାମା ଜାରି କରିଛି ଏହାର ବୈଧତା କଣ? ଗଣଶିକ୍ଷା ବିଭାଗ ଏବଂ ମାଧ୍ୟମିକ ଶିକ୍ଷା ବିଭାଗ ତରଫରୁ ଏହା ଉପରେ କୌଣସି ସ୍ପଷ୍ଟୀକରଣ ମଧ୍ୟ ଏପର୍ଯ୍ୟନ୍ତ ଦିଆଯାଇନାହିଁ, ଫଳରେ ବେସରକାରୀ ବିଦ୍ୟାଳୟ ଉପରେ ଆଉ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣ ରହିବ ନାହିଁ,ଯଦି କୌଣସି ବିଦ୍ୟାଳୟ ରେ କିଛି ଅଘଟଣ ବା ଦୁର୍ଘଟଣା ଘଟେ ତାହେଲେ ଶିକ୍ଷା ବିଭାଗ ଏହାର ଉତ୍ତରଦାୟୀତ୍ଵ ନେବା ମଧ୍ୟ ଆଇନତଃ କଷ୍ଟ ହୋଇଯିବ କାରଣ ବିଦ୍ୟାଳୟ କର୍ତ୍ତୃପକ୍ଷ ଦର୍ଶାଇବେ ଯେ ଆମେ ସିବିଏସ୍ଇ ଦ୍ଵାରା ଅନୁବନ୍ଧିତ। ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି କୁ ଦୃଢ଼ ବିରୋଧ କରାଯାଇ ସଚିବଙ୍କୁ ଚିଠି ମାଧ୍ୟମରେ ଏହି ନିଷ୍ପତ୍ତି କୁ ପ୍ରତ୍ୟାହାର କରିବା ନିମନ୍ତେ ଚିଠି ଦିଆଯାଇଛି,ଯଦି ଏହାର କୌଣସି ସନ୍ତୋଷଜନକ ଉତ୍ତର ନମିଳେ ତାହେଲେ ଆଇନ୍ ର ଆଶ୍ରୟ ନିଆଯିବ ବୋଲି ଶ୍ରୀ ପଟ୍ଟନାୟକ ଜଣାଇଛନ୍ତି,ଆଜିର ଏହି ସମ୍ମିଳନୀରେ ଫେଡେରସନ୍ ଉପଦେଷ୍ଟା ଶ୍ରୀ ନାଗାର୍ଜୁନ ସେଠୀ, ଶ୍ରୀ ରମେଶ ଭାରତୀ, ସ୍ଵପ୍ନେନ୍ଦୁ ସାମନ୍ତରାୟ, ସଞ୍ଜୟ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
gy
