ଭୁବନେଶ୍ୱର :ବେସରକାରୀ ବିଦ୍ୟାଳୟ ରେ ମାଧ୍ୟମିକ ଶିକ୍ଷା ପ୍ରଦାନ ନିମନ୍ତେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରଦାନ କରାଯାଉଥିବା ଏନ୍ଓସି ରେ ବ୍ୟାପକ ଅନିୟମିତତା ଏବଂ ଦୁର୍ନୀତି ହେଇଥିବା ଘଟଣା ଏବେ ନଜର କୁ ଆସିଛି, ବିଭାଗୀୟ ନିୟମାବଳୀ କୁ ଉଲ୍ଲଂଘନ କରି ଏନ୍ଓସି ପ୍ରଦାନ ଏବଂ ବହୁ ବର୍ଷ ଧରି ଏନ୍ଓସି ନବୀକରଣ ନକରି ବେସରକାରୀ ବିଦ୍ୟାଳୟ ଚାଲୁଥିବା ଘଟଣା ସୁଚନା ଆଇନ୍ ଅଧିକାର ତଥ୍ୟ ଦ୍ଵାରା ହସ୍ତଗତ ହୋଇଛି ଏବଂ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ର ମିଥ୍ୟା ସତ୍ୟପାଠ ଉପରେ ଗଣଶିକ୍ଷା ବିଭାଗ ହାଇକୋର୍ଟ ରେ ମାମଲା ଲଢ଼ୁଥିବା ଘଟଣା ସାମ୍ନାକୁ ଆସିଛି ସମସ୍ତ ବିଭାଗୀୟ ଅଧିକାରୀ ଏ ସମ୍ବନ୍ଧରେ ଜାଣି ମଧ୍ୟ ଚୁପ୍ ହୋଇ ବସିଛନ୍ତି ବୋଲି ରାଷ୍ଟ୍ରୀୟ ମାନବାଧିକାର ସାମ୍ମୁଖ୍ୟର ସଭାପତି ଶ୍ରୀ ରମେଶ ଭାରତୀ ଏବଂ ଆବାହକ ଶ୍ରୀ ଭୁମୋହନ ବେବର୍ତ୍ତା ପଟ୍ଟନାୟକ ଏକ ପ୍ରେସ୍ ବିବୃତ୍ତି ରେ ଜଣାଇଛନ୍ତି।ଏଠାରେ ଉଲ୍ଲେଖଯୋଗ୍ୟ ବେସରକାରୀ ବିଦ୍ୟାଳୟ ରେ ମାଧ୍ୟମିକ ଶିକ୍ଷା ଅର୍ଥାତ୍ ନବମ ଦଶମ ଶ୍ରେଣୀ ଖୋଲିବା ନିମନ୍ତେ ଗଣଶିକ୍ଷା ବିଭାଗ ତରଫରୁ ସର୍ତମୂଳକ ଏନ୍ଓସି ପ୍ରଦାନ କରାଯାଉଛି,ଗଣଶିକ୍ଷା ବିଭାଗର ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଏନ୍ଓସି ପ୍ରଦାନ ନିମନ୍ତେ ଧାର୍ଯ୍ୟ ବିଭିନ୍ନ ନିୟମାବଳୀ କୁ ତର୍ଜମା କରି ସର୍ତମୂଳକ ଏନ୍ଓସି ପ୍ରଦାନ କରନ୍ତି ଯାହାକି ପ୍ରତ୍ୟେକ ବର୍ଷ ନବୀକରଣ କରିବା କଥା, କିନ୍ତୁ ଆଶ୍ଚର୍ଯ୍ୟର କଥା ସୁଚନା ଅଧିକାର ଆଇନ୍ ଅନୁଯାୟୀ ମିଳିଥିବା ତଥ୍ୟ ଅନୁଯାୟୀ ରାଜ୍ୟ ରେ ବହୁ ବେସରକାରୀ ବିଦ୍ୟାଳୟ ବିନା ଏନ୍ଓସି ରେ ଚାଲିଛି ଏବଂ ରାଜଧାନୀ ଭୁବନେଶ୍ୱରରେ ଏହାର ସଂଖ୍ୟା ସର୍ବାଧିକ ଏବଂ ବିଦ୍ୟାଳୟ ଗୁଡ଼ିକ ଜାଲର କାଗଜପତ୍ର ମାଧ୍ୟମରେ ସିବିଏସଇ ସହ ଅନୁବନ୍ଧିତ ମଧ୍ୟ ହୋଇଛନ୍ତି। ଭୁବନେଶ୍ୱର ସ୍ଥିତ ସେଣ୍ଟ ଜାଭିୟର୍ସ ହାଇସ୍କୁଲ ଖଣ୍ଡଗିରୀ ଦୀର୍ଘ ୨୨ ବର୍ଷ ହେଲା ବିନା ଏନ୍ଓସି ରେ ଚାଲିଛି ଏବଂ ଏକ ଘଟଣାରେ ସରକାର ଙ୍କ ବିଭିନ୍ନ ନିର୍ଦ୍ଦେଶ କୁ ଅବମାନନା କରୁଥିବାରୁ ୨୦୨୩ ମସିହାରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଙ୍କ ସୁପାରିଶ କ୍ରମେ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ବସି ସ୍କୁଲ୍ ର ଏନ୍ଓସି ପ୍ରତ୍ୟାହାର କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା ପରବର୍ତ୍ତୀ ଅବସ୍ଥାରେ ସ୍କୁଲ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ବିରୋଧରେ ମାନ୍ୟବର ହାଇକୋର୍ଟ ଙ୍କ ଦ୍ବାରସ୍ଥ ହୋଇଥିଲେ ଏବଂ ହାଇକୋର୍ଟ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସ୍କୁଲ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାକୁ ଏକ ଅନ୍ତରୀଣ ଆଦେଶ ଦେଇଥିଲେ ଯେଉଁ ମାମଲା ଏପର୍ଯ୍ୟନ୍ତ ବିଭାଗ ଲଢୁଛି,ଏଠି ପ୍ରଶ୍ନ ଉଠୁଛି ଯେତେବେଳେ ସ୍କୁଲ ର ଦୀର୍ଘ ବର୍ଷ ହେଲା ଏନ୍ଓସି ହିଁ ନାହିଁ ତେବେ ଗଣଶିକ୍ଷା ବିଭାଗକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଏନ୍ଓସି ପ୍ରତ୍ୟାହାର କରିବା ନିମନ୍ତେ ସୁପାରିଶ କଲା କେମିତି? ଏହିଭଳି ବହୁ ଅନିୟମିତତା ବର୍ତ୍ତମାନ ସାମ୍ନାକୁ ଆସୁଛି ଏବଂ ବିଭାଗୀୟ ଅଧିକାରୀ ଏସମ୍ପର୍କରେ କୌଣସି ଉତ୍ତର ରଖି ପାରୁନାହାଁନ୍ତି। ମାନବାଧିକାର ସାମ୍ମୁଖ୍ୟ ତରଫରୁ ଏହି ଅନିୟମିତତା ସଂପର୍କରେ ଗଣଶିକ୍ଷା ବିଭାଗ ର ସଚିବଙ୍କୁ ତଥ୍ୟ ପ୍ରମାଣ ସହ ଅଭିଯୋଗ ପତ୍ର ଦିଆଯାଇଛି ଏବଂ ଯଦି ଏହା ଉପରେ ଆବଶ୍ୟକୀୟ ପଦକ୍ଷେପ ନ ନିଆଯାଏ ତାହେଲେ ଛାତ୍ର ଛାତ୍ରୀ, ଅଭିଭାବକ ମାନଙ୍କ ବୃହତ୍ତର ସ୍ବାର୍ଥ କୁ ନଜରରେ ରଖି ଆଗାମୀ ସମୟରେ ଆଇନ୍ ର ସାହାଯ୍ୟ ନିଆଯିବ ବୋଲି ସାମ୍ମୁଖ୍ୟ ର ସଭାପତି ଶ୍ରୀ ରମେଶ ଭାରତୀ ଜଣାଇଛନ୍ତି। ଆଜିର ଫ୍ରେସ୍ ବିବୃତ୍ତିରେ ଆବାହକ ଭୁମୋହନ ପଟ୍ଟନାୟକ, ତପନ ପତି, ଆଡଭୋକେଟ୍ ନିଳକଣ୍ଠ ରଥ,ସଞ୍ଜୟ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
