ନୂଆଦିଲ୍ଲୀ: ୧୬ ବର୍ଷରୁ କମ ବୟସର ପିଲାଙ୍କୁ କୋଚିଂ ସେଣ୍ଟର ମନା। କୋଚିଂ ସେଣ୍ଟରରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ ସର୍ବନିମ୍ନ ମାନ ପାଇଁ ଗାଇଡଲାଇନ୍ ଆଣିଛନ୍ତି କେନ୍ଦ୍ର ସରକାର। ଏଣିକି ୧୬ ବର୍ଷରୁ କମ୍ ବୟସ ପିଲାଙ୍କୁ ନେଇପାରିବେନି କୋଚିଂ ସେଣ୍ଟର। ମାଧ୍ୟମିକ ଶିକ୍ଷା ସମାପ୍ତ ପରେ ଜଣେ ପିଲା କୋଚିଂ ସେଣ୍ଟର ଯାଇପାରିବ। ଏପରିକି କୋଚିଂ ସେଣ୍ଟରରେ ଗ୍ରାଜୁଏସନ ଠାରୁ କମ୍ ଶିକ୍ଷାପ୍ରାପ୍ତ କୌଣସି ଶିକ୍ଷକ ରହିପାରିବେନି। କେବଳ ସେତିକି ନୁହେଁ, କୋଚିଂ ସେଣ୍ଟର ମାନେ, ଭଲ ରାଙ୍କ କିମ୍ବା ମାର୍କ ନେଇ ପିଲାଙ୍କୁ କୌଣସି ଲୋଭନୀୟ ପ୍ରତିଶ୍ରୁତି ଦେଇପାରିବେନି। ସଂସ୍ଥା ବା କୋଚିଂ ସେଣ୍ଟର ପାଇଁ ନୂଆ ନିୟମ–୧.ସ୍ନାତକୋତ୍ତର ସ୍ତରଠାରୁ କମ୍ ଯୋଗ୍ୟତା ଥିବା ଶିକ୍ଷକମାନଙ୍କୁ ନିଯୁକ୍ତ କରନ୍ତୁ ନାହିଁ । ୨. ଛାତ୍ରଛାତ୍ରୀଙ୍କୁ କୋଚିଂ ସେଣ୍ଟରରେ ନାମ ଲେଖାଇବା ପାଇଁ ପିତା-ମାତାଙ୍କୁ ଭଲ ମାର୍କ ବା ରାଙ୍କ ରଖେଇଦେବାର ପ୍ରଲୋଭନ ଦେଖାଇପାରିବେ ନାହିଁ । ୩. ୧୬ ବର୍ଷରୁ କମ୍ ବୟସର ଛାତ୍ରଛାତ୍ରୀଙ୍କୁ ଆଡ୍ମିଶନ ଦେଇପାରିବେ ନାହିଁ । ୪. ପିଲାଙ୍କର ମାଧ୍ୟମିକ ଶିକ୍ଷା ପରେ ହିଁ ଆଡ୍ମିଶନ କରାଇପାରିବେ । ୫. କୋଚିଂ ସେଣ୍ଟରରୁ ପୂର୍ବରୁ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ନାଁକୁ ନେଇ କୌଣସି ପ୍ରକାର ଦାବି କରିପାରିବେ ନାହିଁ ସଂସ୍ଥା । ଏମିତିକ ସେମାନଙ୍କ ଫଟୋ ବ୍ୟବହାର କରି କୌଣସି ପ୍ରକାର ବିଜ୍ଞାପନ ଲଗାଇପାରିବେ ନାହିଁ ।
