ଭୁବନେଶ୍ୱର:ସମଗ୍ର ଦେଶରେ ୮୮୧୫ ଟି ଶୀତଳ ଭଣ୍ଡାର ଥିବା ବେଳ ଓଡ଼ିଶା ରେ କାଗଜ କଲମରେ ୧୮୨ । କେତେ ଚାଲୁଛି କେତେ ଚାଲୁନି ତାର କିଛି ହିସାବ ନାହିଁ । ସରକାରୀ ହିସାବ ରେ ଶୀତଳ ଭଣ୍ଡାର କ୍ଷମତା ପ୍ରାୟ ୫ଲକ୍ଷ୍ୟ ମେଟ୍ରିକ ଟନ ।ସବୁଠାରୁ ଅଧିକ ଶୀତଳ ଭଣ୍ଡାର ଉତ୍ତରପ୍ରଦେଶରେ, ତାର ସଂଖ୍ୟା ୨୪୮୯ , ସେହିପରି ଗୁଜରାଟ ରେ ୧୦୨୩, ପଞ୍ଜାବ ରେ ୭୮୦, ମହାରାଷ୍ଟ୍ର ରେ ୬୭୨,ଆନ୍ଧ୍ରପ୍ରଦେଶ ରେ ୪୮୦, ହରିଆନାରେ ୩୮୭, ମଧ୍ୟପ୍ରଦେଶ ରେ ୩୪୧, ବିହାରରେ ୩୧୬, କର୍ଣ୍ଣାଟକ ରେ ୨୭୧, ରାଜସ୍ଥାନ ରେ ୧୯୨ ଓ ତାମିଲନାଡୁରେ ୧୮୮ ଟି ଶୀତଳଭଣ୍ଡାର ରହିଛି ।ଓଡ଼ିଶାରେ ଶୀତଳ ଭଣ୍ଡାର ଅଭାବକୁ ଦେଖିବା ପରେ,ମୋହନ ସରକାର ପ୍ରତି ବ୍ଲକ ରେ ଗୋଟିଏ କରି ଶୀତଳ ଭଣ୍ଡାର ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ସବସିଡି ଯୋଗାଇ ଦେବାକୁ ମଧ୍ୟ କୁହାଯାଇଥିଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା ଶୀତଲ ଭଣ୍ଡାର ଖୋଲିବା ପାଇଁ ସରକାରଙ୍କ ଆଗଭର ନାହିଁ ନା କେହି ଉଦ୍ୟୋଗୀ ଆସୁ ନାହାନ୍ତି ତାହା ଏବେ ପ୍ରଶ୍ନ ବାଚି !କେନ୍ଦ୍ରୀୟ ଯୋଜନା ରେ ଉତ୍ତରପ୍ରଦେଶରେ ୭୭ ଟି,ପଞ୍ଜାବ ରେ ୬୩,ଆନ୍ଧ୍ରପ୍ରଦେଶରେ ୫୧, ଗୁଜୁରାଟ ରେ ୪୭, ମହାରାଷ୍ଟ୍ର ରେ ୪୨, କର୍ଣ୍ଣାଟକରେ ୩୯ ଓ ଜମ୍ମୁ କାଶ୍ମୀରରେ ୩୧ ଟି ଶୀତଳ ଭଣ୍ଡାର ନିର୍ମାଣ ହୋଇଛି । ଓଡ଼ିଶାରେ ଏହି କେନ୍ଦ୍ରୀୟ ଯୋଜନା କାର୍ଯ୍ୟକ୍ଷମ ହୋଇପାରୁ ନାହିଁ । ଏହା ପଛରେ କାରଣ କଣ ହେଇପାରେ ? ଡବଲ ଇଞ୍ଜିନ ସରକାରରେ କେବେ କେନ୍ଦ୍ରୀୟ ଯୋଜନାରେ ଓଡ଼ିଶା ଶୀତଳ ଭଣ୍ଡାର ଖୋଲିବ, କିଏ ନେବ ଦାୟିତ୍ବ ? କେବେ ଚାଷୀ ମାନଙ୍କ ମୁହଁରେ ଟିକେ ହସ ଫିଟିବ, ସମୟ କହିବ ତାର ଉତ୍ତର.
